Latest Odisha News

BREAKING NEWS

ବିଶ୍ୱର ସର୍ବବୃହତ ଅଫିସ୍, ରହିଛି ୪୫୦୦ରୁ ଅଧିକ କାର୍ଯ୍ୟାଳୟ କଠୋରୀ

ଗୁଜୁରାଟ: ଡାଇମଣ୍ଡ ସହର ସୁରତ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମେ ସକାଳ ୧୧.୪୫ରେ ସୁରତ ବିମାନବନ୍ଦରରେ ନୂତନ ଇଣ୍ଟିଗ୍ରେଟେଡ୍ ଡର୍ମିନାଲ ବିଲ୍ଡିଙ୍ଗର ଏଦଘାଟନ କରିଥିଲେ ମୋଦୀ । ତା’ପରେ ଏସଡିବି ଭବନ ପରିସର ଗସ୍ତରେ ଯାଇ ସେଠାରେ ବିଶ୍ଵର ସବୁଠାରୁ ବଡ ଅଫିସ୍ ବିଲ୍ଡିଙ୍ଗର ଉଦଘାଟନ କରିଥିଲେ ।  ସୁରଟ ଡାଇମଣ୍ଡ ବୋର୍ସ ନାମକ ଏହି କୋଠାର ଉଦଘାଟନ କରିବା ପରେ ଏହାର ଏକ ଛୋଟ ମଡେଲ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିଲା । ଏହି ବିଲଡିଂ ହେଉଛି ବିଶ୍ଵର ସବୁଠୁ ବଡ ଅଫିସ୍ ବିଲ୍ଡିଙ୍ଗ୍ | ତେବେ ଆସନ୍ତୁ ଜାଣିବା ଏହି ବିଲ୍ଡିଙ୍ଗ ବିଷୟରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟରେ ନିର୍ମିତ ସୁରତ ଡାଇମଣ୍ଡ ବୋର୍ସ ବିଲଡିଂର ଉଦଘାଟନ କରିଛନ୍ତି । ଏହି ଅଫିସ୍ ହେଉଛି ଦୁନିଆର ସବୁଠୁ ବଡ ଅଫିସ୍ ବିଲ୍ଡିଙ୍ଗ୍ | ଏହି ବିଲ୍ଡିଙ୍ଗରେ ୪୫୦୦ ରୁ ଅଧିକ କାର୍ଯ୍ୟାଳୟ ଅଛି | ଏହି କୋଠା ନିର୍ମାଣ ପାଇଁ ୩୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାର ନିର୍ମାଣ କାର୍ଯ୍ୟ ଫେବୃଆରୀ ୨୦୧୫ ରେ ଆରମ୍ଭ ହୋଇ ଏପ୍ରିଲ୍ ୨୦୨୨ ରେ ଶେଷ ହୋଇଥିଲା |

ସୁରଟ ଡାଇମଣ୍ଡ ବୋର୍ସ ବିଲଡିଂଟି ନଅଟି ଗ୍ରାଉଣ୍ଡ ଟାୱାର ଏବଂ ୧୫ ମହଲା ବିଶିଷ୍ଟ | ଏହା ସମୁଦାୟ ୩୫.୫୪ ଏକର ସ୍ଥାନରେ ପରିବେଷ୍ଟିତ । ଆମେରିକାର ପେଣ୍ଟାଗନ୍ ପ୍ରତିରକ୍ଷା ମୁଖ୍ୟାଳୟର ନିର୍ମାଣ କ୍ଷେତ୍ର ୬୫ ଲକ୍ଷ ବର୍ଗଫୁଟ ଥିବା ବେଳେ ଏହାର ନିର୍ମାଣ କ୍ଷେତ୍ର ୬୭ ଲକ୍ଷ ବର୍ଗଫୁଟ ଅଟେ | ଏହାପୂର୍ବରୁ ପେଣ୍ଟାଗନ୍ ଦୁନିଆର ସବୁଠୁ ବଡ ଅଫିସ୍ କୋଠା ଥିଲା । କିନ୍ତୁ ବର୍ତ୍ତମାନ ଏହି ରେକର୍ଡ ସୁରତ ଡାଇମଣ୍ଡ ବୋର୍ସ ନାମରେ ପଞ୍ଜିକୃତ ହୋଇଛି । ଏହାର ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ମଧ୍ୟ ପଞ୍ଜିକୃତ ହୋଇଛି ।

 

Leave A Reply

Your email address will not be published.