Latest Odisha News

ଦୁଇ ଜଣଙ୍କୁ ଦଳି ମାରିଲା ଦନ୍ତା

ବରଗଡ : ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷ ତାର ବହୁମୂଲ୍ୟ ଜୀବନ ହରାଉଛି ।  ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ  । ଦୁଇ ଜଣଙ୍କୁ ଦଳି ମାରିଛି ଦନ୍ତା ।

ଭେଡେନ ଥାନା ବିଶିପାଲି ଗାଁରେ ଆଜି ସକାଳୁ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।  ମୃତକମାନେ ହେଲେ ବଳରାମ ସାହୁ ଏବଂ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ କାଠଉମାଲ ଗାଁର ଶିବଲାଲ ସୁନା । ବନ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ  ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.