Latest Odisha News

BREAKING NEWS

ଜଟଣୀରେ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଟଣୀରେ ହୋମି ଭାଭା କ୍ୟାନସଲ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ଲାଗି ଶିଳାନ୍ୟାସ କରିଛନ୍ତି । ନୂଆଦିଲ୍ଲୀର ପ୍ରଗତି ମୈଦାନରେ ୫୮୦୦ କୋଟି ଟଙ୍କାର ସାଇଣ୍ଟିଫିକ ଆଣ୍ଡ ଟେକ୍ନୋଲୋଜିକାଲ୍ ପ୍ରକଳ୍ପର ଲୋକାର୍ପଣ ଶିଳାନ୍ୟାସ କରିଛନ୍ତି । ଯେଉଁଥିରେ ରହିଛି ଜଟଣୀର କ୍ୟାନସର ହସ୍ପିଟାଲ ।

ପ୍ରଧାନମନ୍ତ୍ରୀ କହିଛନ୍ତି, କ୍ୟାନସର ହସ୍ପିଟାଲ ଦେଶର ପ୍ରଗତିକୁ ଆଣବିକ ଶକ୍ତି ମାଧ୍ୟମରେ ଆହୁରି ଆଗକୁ ନେବ । ଏହା ଆଗାମୀ ପିଢି, ଛାତ୍ରଛାତ୍ରୀ ଓ ବୈଜ୍ଞାନିକଙ୍କୁ ଅଧ୍ୟୟନ ଓ ଗବେଷଣା ଲାଗି ନୂଆ ସୁଯୋଗ ଦେବ ।

ଆଜି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ୨୫ ବର୍ଷ ପୂର୍ତ୍ତି ଉତ୍ସବ ୧୪ ତାରିଖ ଯାଏ ଚାଲିବ । ୧୯୯୮ ମେ ପୋଖରାନ ସଫଳତା ସହ ଭାରତୀୟ ବୈଜ୍ଞାନିକ, ଇଞ୍ଜିନିୟରମାନଙ୍କୁ ସମ୍ମାନିତ କରିବା ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ୧୯୯୯ରେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.