ଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି। ରୋମରେ ପହଞ୍ଚିବାର ପ୍ରଥମ ଦିନରେ ସେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପରେ ମହାମାରୀ, ସ୍ଥାୟୀ ବିକାଶ ,ବିଶ୍ୱ ଅର୍ଥନୀତିକ ଏବଂ ସ୍ୱାସ୍ଥ୍ୟର ପୁନରୁଦ୍ଧାର ଉପରେ ଆଲୋଚନା କରିବେ।
ଗୁରୁବାର ଦିନ ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୁଇଦିନିଆ ଗସ୍ତ ସମୟରେ ସେ ଭାଟିକାନରେ ପୋପ୍ ଫ୍ରାନ୍ସିସସଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗିଙ୍କ ନିମନ୍ତ୍ରଣକ୍ରମେ ସେ ଅକ୍ଟୋବର ୨୯-୩୧ରୁ ଭାଟିକାନ ସହର ପରିଦର୍ଶନ କରିବେ ବୋଲି ଟ୍ୱିଟରେ କହିଛନ୍ତି।
ଏହା ପରେ ପ୍ରଧାନମନ୍ତ୍ରୀ ନଭେମ୍ବର ୧-୨ରୁ ବ୍ରିଟଶ ପ୍ରଧାନମନ୍ତ୍ରୀ ଜନସନଙ୍କ ନିମନ୍ତ୍ରଣ କ୍ରମେ ବ୍ରିଟେନର ଗ୍ଲାସଗୋ ଯାତ୍ରା କରିବେ। ସେ କହିଛନ୍ତି ଯେ ଜି-୨୦ ଶିଖର ସମ୍ମିଳନୀରେ ମୁଁ ଅନ୍ୟ ଅଂଶୀଦାର ଦେଶର ନେତାଙ୍କ ସହ ସାକ୍ଷାତ କରିବି ଏବଂ ସେମାନଙ୍କ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତିର ସମୀକ୍ଷା କରିବି।
Comments are closed.