Latest Odisha News

BREAKING NEWS

ହାତୀ ଆକ୍ରମଣରେ ଜଣେ ମୃତ, ବନ ବିଭାଗ ପହଞ୍ଚିନଥିବାରୁ ଗାଁରେ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରା ଗ୍ରାମରେ ହାତୀ ଆତଙ୍କ। ପୁଣି ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପରା ଗ୍ରାମର ସୋମନାଥ ସାହୁ।

ସୂଚନା ଅନୁସାରେ, ସୋମନାଥ ଆଜି ଭୋର ସମୟରେ ଗାଁ ପାଖରେ ଥିବା ବାଘଦରି ପଣସ ତଇଳା ନିକଟ ନିଜ ବାଇଗଣ ବଗିଚାରୁ ବାଇଗଣ ତୋଳିବାକୁ ଯାଇଥିଲେ। ଫେରୁଥିବା ସମୟରେ ସୋମନାଥ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ଆକ୍ରମଣରେ ସୋମନାଥଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଘଟଣାସ୍ଥଳକୁ ବନ ବିଭାଗ ପହଞ୍ଚି ନଥିବାରୁ ଗ୍ରାମରେ ଚାପା ଉତ୍ତେଜନା ଦେଖାଯାଇଛି। ହାତୀ ଦାଉରୁ ସୁରକ୍ଷା ଓ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଗାଁ ଲୋକେ।

Leave A Reply

Your email address will not be published.