Latest Odisha News

BREAKING NEWS

ଫ୍ରାନ୍ସରେ ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍, କାଶ୍ମୀର ମାମଲାରେ ମଧ୍ୟସ୍ଥତା ନ’କରିବାକୁ ଦେଲେ ଇଙ୍ଗିତ

ବିୟରିଜ୍ (ଫ୍ରାନ୍ସ): ଆରମ୍ଭ ହେଲା ଜି-୭ ଶିଖର ସମ୍ମିଳନୀ । ଫ୍ରାନ୍ସର ବିୟରିଜଠାରେ ଅନୁଷ୍ଠିତ ହେଉଥିବା ଏହି ଶିଖର ସମ୍ମିଳନୀରେ ଭାରତର ଏକରକମ କୁଟନୈତିକ ବିଜୟ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଶିଖର ସମ୍ମିଳନୀ ବିଶ୍ୱର ଯେଉଁ ୭ଟି ଶକ୍ତିଶାଳୀ ଦେଶଗୁଡ଼ିକୁ ନେଇ ଅନୁଷ୍ଠିତ ହେଉଛି ସେଗୁଡ଼ିକ ହେଲେ ଯଥାକ୍ରମେ, ଆମେରିକା, ଫ୍ରାନ୍ସ, ବ୍ରିଟେନ, ଜାପାନ, କାନାଡ଼ା, ଜର୍ମାନୀ ଏବଂ ଇଟାଲି । ତେବେ ଭାରତ ବିଶ୍ୱର ଏହି ୭ଟି ଦେଶପରି ଏଲିଟ୍ କ୍ଲବ ଜି-୭ରେ ସଦସ୍ୟ ହୋଇନଥିଲେ ମଧ୍ୟ ଏଠାରେ ଯୋଗଦେବାକୁ ଭାରତକୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଛି । ଯାହାକି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ।

ଏହି ସମ୍ମିଳନୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିବେଶ, ଜଳବାୟୁ, ସାମୁଦ୍ରିକ ସୁରକ୍ଷା ଏବଂ ଡ଼ିଜିଟାଲ ଟ୍ରାନ୍ସଫୋର୍ମେସନ ଉପରେ ସ୍ୱତନ୍ତ୍ର ଭାବେ ଉଦବୋଧନ ଦେବେ ।

ସବୁଠାରୁ ବଡ଼କଥା ହେଲା ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଓ ଆମେରେକୀୟ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ ହୋଇଛି । ଏହି ସାକ୍ଷାତରେ ଉଭୟ ଭାରତ ଓ ଆମେରିକା ବେଶ୍ ଉତଫୁଲ୍ଲିତ ରହିଥିବା ଜଣାପଡ଼ିଛି ।

ଏହି ଦୁଇ ବିଶ୍ୱସ୍ତରୀୟ ନେତାଙ୍କ ସାକ୍ଷାତ ବୈଠକରେ କିଛି ସାମ୍ବାଦିକମାନଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ ଅନୁମତି ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ରାଷ୍ଟ୍ରପତି ଟ୍ରମ୍ପ୍ ବେଶ୍ ଥଟ୍ଟା ମଜା ହୋଇଥିବା ବେଳେ ସାମ୍ବାଦିକମାନେ ଏହାକୁ ବେଶ୍ ଉପଭୋଗ କରିଥିବା ଲକ୍ଷ୍ୟ କରାଯାଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, ଏହି ସାକ୍ଷାତ ସମୟରେ ଜମ୍ମୁ ଓ କାଶ୍ମୀର ସମ୍ପର୍କରେ ଉଭୟ ନେତାଙ୍କ ମଧ୍ୟରେ ବିଶଦ ଆଲୋଚନା ମଧ୍ୟ ହୋଇଥିଲା । ତେବେ ଏହି ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ମାମଲା ସମ୍ପୂର୍ଣ୍ଣ ଦ୍ୱିପାକ୍ଷୀକ ଏବଂ ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ । ଏଥିରେ ଅନ୍ୟ କୌଣସି ଦେଶ ମଧ୍ୟସ୍ଥତା କରିବାର ଆବଶ୍ୟକତା ନାହିଁ । ମୋଦୀଙ୍କର ଏହି ରୋକ୍ ଠୋକ୍ କଥା ପାକିସ୍ତାନ ଲାଗି ମୁଣ୍ଡବ୍ୟଥାର କାରଣ ହୋଇଛି । କାରଣ ପାକିସ୍ତାନ ଚାହୁଁଥିଲା ଏହି ମାମଲାରେ ଆମେରିକା କିମ୍ବା ଅନ୍ୟ କୌଣସି ତୃତୀୟ ରାଷ୍ଟ୍ର ମଧ୍ୟସ୍ଥତା କରୁ । ଏହାଫଳରେ ଏକ କୂଟନୈତିକ ବିଜୟ ହାସଲ କରିପାରିଛି ଭାରତ ଏବଂ ପାକିସ୍ତାନର ଯୋଜନା ପାଣି ପୋଟକା ପରି ଉଭେଇ ଯାଇଛି ।

ଜମ୍ମୁ ଓ କାଶ୍ମୀର ମାମଲାରେ ଟ୍ରମ୍ଫ କହିଛନ୍ତି, ଭାରତ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ରହିଛି । ଭାରତ ଓ ଆମେରିକା ଉଭୟ ରାଷ୍ଟ୍ର ଗଣତନ୍ତ୍ରକୁ ସମାନ ଭାବେ ସମ୍ମାନ ଦେଇଆସିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ମୁଁ ମୋଦୀଙ୍କ ସହିତ ଏନେଇ କଥାବାର୍ତ୍ତା କରିଛି । କାଶ୍ମୀର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ମୁଁ ଆଶା କରୁଛି ଯେ, ଉଭୟ ଭାରତ ଓ ପାକିସ୍ତାନ କଥାବାର୍ତ୍ତା ମାଧ୍ୟମରେ ସ୍ଥାୟୀ ସମାଧାନର ସୂତ୍ର ନିରୁପଣ କରିବେ ।

କାଶ୍ମୀର ମାମଲାରେ ଆମେରିକା ଆଉ ମୁଣ୍ଡ ଖେଳାଇବ ନାହିଁ ସ୍ୱୀକାର କରିବା ପରେ ଏବେ ପାକିସ୍ତାନ ଲାଗି ଏହା ମୁଣ୍ଡବ୍ୟଥାର କାରଣ ହୋଇଛି । ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ଏବେ ଏହା ଭାରତର ନିୟନ୍ତ୍ରଣରେ ରହିଛି । ପାକିସ୍ତାନ ଯେଉଁପରି ଭାବେ ଏହି ଧାରାକୁ ପୁନର୍ବାର ଲାଗୁ କରାଇ ବାକୁ ଅନ୍ତର୍ଜାତୀୟସ୍ତରରେ ଚାପ ପକାଇଥାଆନ୍ତା । କିନ୍ତୁ ଆଜି ମୋଦୀ-ଟ୍ରମ୍ପ ସାକ୍ଷାତରେ ଏହା ଫସର ଫାଟିଯାଇଛି ।

Leave A Reply

Your email address will not be published.