Latest Odisha News

କରୋନା ବିପତ୍ତି ଯାଇନି, ସତର୍କ ରହିବାକୁ ପଡିବ: ମୋଦି

ନୂଆ ଦିଲ୍ଲୀ: କରୋନା ବିପତ୍ତି ଦେଶରୁ ଅପସରିଯାଇନି । ଅନେକ ଜାଗାରେ ଏହା ଦ୍ରୁତ ଗତିରେ ମାଡି ଚାଲିଛି । ତେଣୁ ଆମକୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ କରୋନା ମହାମାରୀ ନେଇ କିଛି ଏଭଳି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆମକୁ ଏକଥା ମନେ ରଖିବାକୁ ହେବ ଯେ, କରୋନା ଏବେ ମଧ୍ୟ ସେତିକି ଘାତକ, ଯେତିକି ଆରମ୍ଭରେ ଥିଲା । ତେଣୁ ଆମକୁ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବାକୁ ହେବ ।

ମୁହଁରେ ମାସ୍କ ପିନ୍ଧିବା, ଦୁଇ ଗଜ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା, ବାହାରେ ଛେପ ପକାଇବାନି ଏବଂ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ହିଁ କରୋନାଠାରୁ ରକ୍ଷା ପାଇବାର ଅସ୍ତ୍ର ବୋଲି ମୋଦି ଦେଶବାସୀଙ୍କୁ କହିଛନ୍ତି । ତେବେ ଦେଶବାସୀ ମିଳିତ ଭାବେ କରୋନା ବିରୋଧରେ ଲଢିବା ଯୋଗୁ ଦେଶରେ ସୁସ୍ଥତା ହାର ଅନ୍ୟ ଦେଶମାନଙ୍କ ତୁଳନାରେ ଭଲ ରହିଥିବା ମୋଦି କହିଛନ୍ତି ।

Leave A Reply

Your email address will not be published.