Latest Odisha News

BREAKING NEWS

‘କାରଗିଲ୍ ବିଜୟ ଦିବସ’ରେ ବୀର ସହିଦଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ହେଉଛି ‘କାରଗିଲ୍ ବିଜୟ ଦିବସ’ । ୧୯୯୯ ମସିହା ଆଜିର ଦିନରେ ୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖରେ ଭାରତୀୟ ସେନାର ‘ଅପରେସନ ବିଜୟ’ ଅଭିଯାନ ସଫଳ ହୋଇଥିଲା ।

ଏହି ଅବସରରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସାଣ୍ଡ ଆନିମେସନ୍ ଜରିଆରେ କାରଗିଲ୍ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

କାରଗିଲ୍ ଯୁଦ୍ଧରେ ପାକିସ୍ତାନ ବିପକ୍ଷରେ ବୀରତ୍ୱର ସହ ଯୁଦ୍ଧ କରି ବିଜୟ ହୋଇଥିଲା ଭାରତୀୟ ସେନା ।

କାରଗିଲର ଐତିହାସିକ ବିଜୟର ୨୧ତମ ପୂର୍ତ୍ତି ଅବସରରେ ସାରା ଦେଶ ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଯୁଦ୍ଧରେ ଦେଶପାଇଁ ପ୍ରାଣବଳୀ ଦେଇଥିବା ସେହି ବୀର ଯବାନଙ୍କ ତ୍ୟାଗ ଓ ସମ୍ମାନର୍ଥେ ସବୁ ବର୍ଷ ଆଜିର ଦିନରେ ‘କାରଗିଲ୍ ବିଜୟ ଦିବସ’ ପାଳନ କରାଯାଇ ଆସୁଅଛି ।

 

Leave A Reply

Your email address will not be published.