Latest Odisha News

BREAKING NEWS

ନେତାଜୀ ଓ ବାଲା ସାହେବଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଦେଲେ ପ୍ରାଧନମନ୍ତ୍ରୀ, ଉଭୟଙ୍କ ବିରଗାଥା ମନେ ପକାଇଲେ

ନୂଆଦିଲ୍ଲୀ: ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ‘ଏକ୍ସ’ ରେ ଏକ ପୋଷ୍ଟ କରି ପରାକ୍ରମ ଦିବସ ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ।

ଏହି ଅବସରରେ ମୋଦି କହିଛନ୍ତି ଯେ, ଦେଶର ସ୍ବାଧୀନତା ପାଇଁ ନେତାଜୀଙ୍କ ଅଦମ୍ୟ ଉତ୍ସର୍ଗ ଆମକୁ ପ୍ରେରଣା ଯୋଗାଉଛି । ସରକାର 2021 ମସିହାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ 23 ଜାନୁୟାରୀକୁ ବୀର ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ । ଆଜି, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀରେ ଆମେ ତାଙ୍କ ଜୀବନ ଏବଂ ସାହସକୁ ସମ୍ମାନ ଦେଉଛୁ । ଆମ ଦେଶର ସ୍ୱାଧୀନତା ପ୍ରତି ତାଙ୍କର ଅଦମ୍ୟ ଉତ୍ସର୍ଗ ଆଜି ବି ଆମକୁ ପ୍ରେରଣା ଯୋଗାଇ ଚାଲିଛି’।

ଏହା ସହିତ ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଜନ୍ମ ଜୟନ୍ତୀରେ ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜି ମଧ୍ୟ ସେ ତାଙ୍କ ନେତୃତ୍ୱ, ଆଦର୍ଶ ପ୍ରତି ଅଦମ୍ୟ ଉତ୍ସର୍ଗୀକୃତ, ଗରିବ ଏବଂ ଦଳିତଙ୍କ ପାଇଁ ପ୍ରତିବଦ୍ଧତା ହେତୁ ସେ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି ।

ଏହି ଅବସରରେ ବାଲା ସାହେବ ଙ୍କୁ ମନେ ପକାଇ ମୋଦି କହିଛନ୍ତି ଯେ, ବାଲା ସାହେବ ଜଣେ ଉଚ୍ଚକୋଟୀର ବ୍ୟକ୍ତିତ୍ୱ, ଯାହାଙ୍କର ପ୍ରଭାବ ମହାରାଷ୍ଟ୍ରର ରାଜନୈତିକ ଏବଂ ସାଂସ୍କୃତିକ ପ୍ରଭାବ ଅଦ୍ବିତୀୟ ।

Leave A Reply

Your email address will not be published.