Latest Odisha News

BREAKING NEWS

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍ କରିବ ସାହାଯ୍ୟ: ପ୍ରଥମ ଥର ପାଇଁ ଡ୍ରୋନ୍ ର ବ୍ୟବହାର କଲା ଭୁବନେଶ୍ୱର ଏମ୍ସ

ଭୁବନେଶ୍ବର: ଏଥର ଉନ୍ନତ୍ତ ହେବ ରୋଗୀ ସେବା । ଅସୁବିଧା ସମୟରେ ରୋଗୀଙ୍କ ପାଖରେ ଡ୍ରୋନ୍ ସାହାଯ୍ୟରେ ପହଞ୍ଚିବ ମେଡିକାଲ ସୁବିଧା । ଭୁବନେଶ୍ୱର ଏମସରେ ଆଜି ପ୍ରଥମ ଥର ପାଇଁ ହେଲା ଡ୍ରୋନ୍ ସେବା ପରିକ୍ଷଣ । ଏମ୍‌ସରୁ ରକ୍ତ ନେଇ ଟାଙ୍ଗୀ ମେଡିକାଲ୍‌କୁ ଯାଇ ଫେରିଥିଲା ଡ୍ରୋନ୍‌ ।

ଏ ସଂପର୍କରେ ସୂଚନା ଦେଇ ଭୁବନେଶ୍ୱର ଏମ୍‌ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଛନ୍ତି, ଆଜି ପ୍ରଥମ ଥର ପାଇଁ ଡ୍ରୋନ୍‌ର ଟ୍ରାଏଲ୍ ରନ କରିଥିଲୁ ଏହା ସଫଳ ହୋଇଛି । ଡ୍ରୋନ୍‌କୁ କିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟବହାର କରିହେବ ସେ ନେଇ ଆମର ଏକ ଅଭିଯାନ ଚାଲିଛି । ଆଗାମୀ ଦିନରେ ସମସ୍ତ ପରୀକ୍ଷଣ ସଫଳ ହେଲେ ଏହି ସେବାକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ ।

ଆଶୁତୋଷ ବିଶ୍ୱାସ ଆହୁରି କହିଛନ୍ତି, ‘ସାରା ଦେଶରେ ଏହାର ପ୍ରୟାସ କରାଯାଉଛି । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯୟ ସମୟରେ ଡ୍ରୋନ୍ ବ୍ୟବବହାର କରି ଲୋକମାନଙ୍କୁ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯାଇ ପାରିବ । ଅପହଞ୍ଚ ଅଞ୍ଚଳ ଗୁଡ଼ିକରେ ମେଡ଼ିସିନ୍ ଠାରୁ ଆରମ୍ଭ କରି ରକ୍ତ, ପ୍ଲେଟ୍ଲେଟ୍ ଇତ୍ୟାଦିକୁ ସହଜରେ ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ । ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଉତ୍ସାହିତ କରୁଛି’ ।

Leave A Reply

Your email address will not be published.