Latest Odisha News

BREAKING NEWS

ଛତ୍ରପତି ଶିବାଜୀଙ୍କ ଜୀବନ ଦେଶ ପାଇଁ ପ୍ରେରଣା ଯୋଗାଇବ; ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ମରାଠା ଯୋଦ୍ଧା ରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ଜୀବନ ଦେଶ ପାଇଁ ପ୍ରେରଣା ଯୋଗାଇବ।

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ଯେ “ଭାରତ ମାର ଜଣେ ମହାନ ପୁତ୍ରଙ୍କୁ ପ୍ରଣାମ କରିବା, ସାହସ, କରୁଣା ଏବଂ ଉତ୍ତମ ଶାସନର ପ୍ରତିମୂର୍ତ୍ତି, ଅସାଧାରଣ ବୁଦ୍ଧିଜୀବୀଙ୍କ ସାହସିକତା ଯୁଗ ଯୁଗ ପାଇଁ ଦେଶକୁ ପ୍ରେରଣା ଯୋଗାଇବ।

ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରି ମଧ୍ୟ ଆଜି ମୁମ୍ବାଇରେ ମରାଠା ଯୋଦ୍ଧା ରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଛତ୍ରପତି ଶିବାଜୀ ଫେବୃଆରୀ ୧୯, ୧୬୩୦ ରେ ପୁଣେର ଶିବନେରୀ ଦୁର୍ଗରେ ଜନ୍ମଗ୍ରହଣ କରିଥିଲେ।

Comments are closed.