Latest Odisha News

BREAKING NEWS

ମହାବଲୀପୁରମରେ ‘ଜିନପିଙ୍ଗ’ଙ୍କୁ ଭବ୍ୟ ସ୍ୱାଗତ; ମୋଦୀଙ୍କ ସହ ବୁଲି ଦେଖିଲେ କୀର୍ତ୍ତିରାଜି

ମହାବଲୀପୁରମ: ଭାରତର ଐତିହାସିକ ଉପକୂଳ ସହରର ମହାବଲୀପୁରମଠାରେ ପହଞ୍ଚିଛନ୍ତି ଚୀନ ରାଷ୍ଟ୍ରମୁଖ୍ୟ ‘ଜି ଜିନପିଙ୍ଗ’ । ଜିନପିଙ୍ଗଙ୍କ ଭବ୍ୟ ସ୍ୱାଗତ ନିମନ୍ତେ ବିମାନବନ୍ଦର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ପାରମ୍ପରିକ ପୋଷାକ ଲୁଙ୍ଗି ଓ ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହାସହ ବିମାନବନ୍ଦରରେ ପାରମ୍ପରିକ ନୃତ୍ୟ ସହ ଜିନପିଙ୍ଗଙ୍କୁ ସ୍ୱାଗତ ଜଣାଇଛନ୍ତି ମୋଦୀ ।

ଜିନ୍‌ପିଙ୍ଗ୍‌ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିତୀୟ ଅନୌପଚାରିକ ବୈଠକରେ ଏକତ୍ରିତ ହୋଇ ଦ୍ୱିପାକ୍ଷିକ ସଂପର୍କରେ ଆଲୋଚନା କରିବା ପାଇଁ ଆଜି ମହାବଲୀପୁରମ୍‌ ଠାରେ ପହଞ୍ଚିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ହେବାକୁ ଥିବା ଅନୌପଚାରିକ ଆଲୋଚନାର ନିଷ୍କର୍ଷ ଜାଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି ସମଗ୍ର ବିଶ୍ୱ।


ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ୩ଟି ଭାଷାରେ ଟୁଇଟ୍‌ କରି ‘ଭାରତକୁ ସ୍ୱାଗତ ଜଣାଇଥିଲେ । ରାଷ୍ଟ୍ରପତି ଜିନପିଙ୍ଗ ମହାବଲୀପୁରମରେ ପହଞ୍ଚିବା ପରେ ‌ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସ୍ବାଗତ କରି ମହାବଲୀପୁରମର କୀର୍ତ୍ତିରାଜି ବୁଲାଇ ଦେଖାଇଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନୌପଚାରିକ ଆଲୋଚନାରେ ଯୋଗ ଦେବାକୁ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଜିନପିଙ୍ଗ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ସେଠାରେ ତାଙ୍କୁ ତାମିଲନାଡ଼ୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଥିଲା। ପରେ ଅପରାହ୍ଣ ୪ଟାରେ ରାଷ୍ଟ୍ରପତି ଜିନପିଙ୍ଗ ଚେନ୍ନାଇ ଛାଡ଼ି ମହାବଲୀପୁରମ୍‌ ଅଭିମୁଖେ ବାହାରିଥିଲେ।

Leave A Reply

Your email address will not be published.