Latest Odisha News

BREAKING NEWS

ସ୍କୁଲ ମଧ୍ୟାହ୍ନ ଭୋଜନରେ ଚିକେନ୍ ତରକାରୀ ଖାଇ ସସପେଣ୍ଡ ହେଲେ ବିଇଓ !

ସୁନ୍ଦରଗଡ଼: ମଧ୍ୟାହ୍ନ ଭୋଜନରେ ପିଲାମାନେ ଖାଉଥିଲେ ଭାତ ଡ଼ାଲମା । ସ୍କୁଲ ପରିଦର୍ଶନରେ ଆସିଥିବା ଜିଲ୍ଲା ଶିକ୍ଷାଧିକାରୀ ଖାଉଥିଲେ ହୋଟେଲରୁ ଆସିଥିବା ଚିକେନ୍ ତରକାରୀ । ଏବେ ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ନିୟମର ବିରୁଦ୍ଧାଚରଣ କରି ସସପେଣ୍ଡ ହୋଇଛନ୍ତି ଅଭିଯୁକ୍ତ ବିଇଓ ।

ଏହି ଘଟଣାଟି ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ତିଲେଇମଲ ପ୍ରାଥମିକ ବିଦ୍ୟାଳୟରେ ଅକ୍ଟୋବର ୩ ତାରିଖରେ ଘଟିଛି ।

ମିଳିଥିବା ସୂଚନାନୁଯାୟୀ, ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ବିନୟ ପ୍ରକାଶ ସୋଏ ଉକ୍ତ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ । ମଧ୍ୟାହ୍ନ ଭୋଜନ ସମୟରେ ସ୍କୁଲର ଛାତ୍ରମାନେ ସାଧାରଣ ଭାତ ଡ଼ାଲମା ଖାଉଥିବା ବେଳେ ବିଇଓ ସେଠାରେ ବସି ମଧ୍ୟ ଭୋଜନ କରିଥିଲେ । ମାତ୍ର ପିଲାମାନଙ୍କୁ ସାଧାରଣ ମଧ୍ୟାହ୍ନ ଭୋଜନ ପରଷା ଯାଇଥିବା ବେଳେ ବିଇଓଙ୍କ ଲାଗି ବାହାରୁ ଅଣାଯାଇଥିବା ଚିକେନ ତରକାରୀ ଖାଇବାକୁ ଦିଆଯାଇଥିଲା । ସେଠାରେ ପିଲାମାନଙ୍କ ସହିତ ସ୍କୁଲର ପ୍ରଧାନ ଶିକ୍ଷକ ମଧ୍ୟ ବସି ମଧ୍ୟାହ୍ନ ଭୋଜନ କରୁଥିଲେ ।

“ତାଙ୍କୁ କାର୍ଯ୍ୟରେ ଅବହେଳା ତଥା ଅନୈତିକ ଆଚରଣ ଲାଗି ଚାକିରୀରୁ ସସପେଣ୍ଡ କରାଯାଇଛି,” ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ଏହା ପ୍ରକାଶିତ ହୋଇଛି ।

Leave A Reply

Your email address will not be published.