ନୂଆଦିଲ୍ଲୀ: ଦିଲ୍ଳୀ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- । ଦିଲ୍ଳୀ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ ସୋମବାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀର କରକରଡୁମାଠାରେ ସେ ପ୍ରଚାର କରିଛନ୍ତି । ଏହି ଅବସରରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସେ ସିଧାସଳଖ କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ବିଗତ କିଛିଦିନ ଧରି ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଳୀର ସିଲମପୁର, ଜାମିଆ ବା ସାହିନବାଗରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ତେବେ ଏହା କୌଣସି ସଂଯୋଗ ନୁହେଁ । ଏଗୁଡିକ ପଛରେ ଏକ ପ୍ରକାରର ଷଡଯନ୍ତ୍ର ତଥା ରାଜନୀତି ରହିଛି । ଏଗୁଡିକ ଦେଶକୁ ବଦ୍ନାମ କରିବାକୁ ପ୍ରୟାସ ଚାଲିଛି । ଏଥିରେ ଆମ୍ ଆଦ୍ମୀ ପାର୍ଟି ଓ କଂଗ୍ରେସ ରାଜନୀତି କରୁଛି ବୋଲି ମୋଦି କହିଛନ୍ତି ।
ନିଜର ଏହି ଭାଷଣରେ ମୋଦି ଧାରା ୩୭୦ ଉଚ୍ଛେଦ ଓ କର୍ତ୍ତାରପୁର କରିଡର ନିର୍ମାଣ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଫେବୃଆରୀ ୧୧ ପରେ ଦିଲ୍ଲୀରେ ବିଜେପି ସରକାର ଗଢ଼ିବ ଏବଂ ବିକାଶକୁ ଗତି ମିଳିବ । ୨୦୨୨ ସୁଦ୍ଧା ଦେଶର ସବୁ ଗରିବ ପରିବାର ପାଖରେ ପକ୍କା ଘର ଥିବ । ଦିଲ୍ଳୀର ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ । ଦିଲ୍ଲୀରେ ଥିବା ଅବୈଧ କଲୋନୀଗୁଡିକୁ ନିୟମିତ କରାଯାଇଛି । ସେଗୁଡିକର ବିକାଶ ପାଇଁ ଏକ ବିକାଶ ବୋର୍ଡ ପ୍ରତିଷ୍ଠା କରାଯାଇଛି । ଏଥିସହ ମୋଦି ଦିଲ୍ଳୀର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ବିକାଶମୂଳକ କାମର ଉପଲବ୍ଧି ମଧ୍ୟ ବଖାଣିଛନ୍ତି ।
BREAKING NEWS
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
- ଆଉ ଜଣେ ଠକ ଡାକ୍ତର ଗିରଫ; ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ
- ଘରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଆମେରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ
- ସାଉଦି ଆରବର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ, ୧୧୦ ବର୍ଷରେ ହୋଇଥିଲେ ବାପା
- ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବିତ
- ନୂତନ ବିଧାନସଭା ଏବଂ ଲୋକସେବା ଭବନ ନିର୍ମାଣର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି
- Nipah Virus: ଓଡ଼ିଶାକୁ ନାହିଁ ନିପା ଭୟ, ରୋଗୀ ଚିହ୍ନଟ ହୋଇନାହାନ୍ତି: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
- ଜାନୁଆରୀ ୧୭ ଯାଏଁ ଥରିବ ଓଡ଼ିଶା…
Comments are closed.