ବାରଣାସୀ: ୨୦୧୯ରେ ଶୁଭ ଦେଇଥିଲେ । ଆଜି ଉଦଘାଟନ କରିବେ । ବାରଣାସୀରେ ଆଜି ବହୁ ପ୍ରତୀକ୍ଷିତ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିଠୁ ଦୁଇ ଦିନିଆ ବାରଣାସୀ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପ୍ରଥମେ ସେ ବାବା କାଳ ଗୌରବଙ୍କ ଦର୍ଶନ କରିବେ । ତାପରେ ଅପରାହ୍ଣ ୧ଟା ୫୦ ମିନିଟରେ ସ୍ୱପ୍ନର ପ୍ରକଳ୍ପ କାଶୀ ବିଶ୍ୱନାଥ କରିଡରର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।
Tomorrow, 13th December is a landmark day. At a special programme in Kashi, the Shri Kashi Vishwanath Dham project will be inaugurated. This will add to Kashi’s spiritual vibrancy. I would urge you all to join tomorrow’s programme. https://t.co/DvTrEKfSzk pic.twitter.com/p2zGMZNv2U
— Narendra Modi (@narendramodi) December 12, 2021
କୁହାଯାଉଛି ଏହି କରିଡର ପର୍ୟ୍ୟଟକଙ୍କୁ ବାରଣାସୀକୁ ଆକୃଷ୍ଟ କରିବ । କାଶୀ ବିଶ୍ୱନାଥ ମନ୍ଦିର ଓ ପବିତ୍ର ଗଙ୍ଗା ନଦୀକୁ ଏହା ସଂଯୋଗ କରୁଛି । ୫ ଲକ୍ଷ ସ୍କୋୟାର ଫୁଟ୍ ଅଞ୍ଚଳରେ ଏହି କରିଡର ନିର୍ମାଣ କରାଯାଇଛି । ଏହା ଭିତରେ ୪୦ଟି ପୁରାତନ ମନ୍ଦିରର ପୁନଃବିନ୍ୟାସ ଓ ସୌନ୍ଦର୍ୟ୍ୟକରଣ କରାଯାଇଛି । ୨୩ଟି ନୂତନ ବିଲଡିଂ ବି ନିର୍ମାଣ ହୋଇଛି ।
कल का दिन भारतीय संस्कृति के लिए अत्यंत गौरवपूर्ण होगा।
विश्व की पुरातन नगरी, आध्यात्मिक ऊर्जा के अक्षय स्रोत, बाबा विश्वनाथ के आशीर्वाद से पावन हुई मोक्षदायिनी काशी में आदरणीय प्रधानमंत्री श्री @narendramodi जी कल श्री काशी विश्वनाथ धाम के नव्य-भव्य स्वरूप का लोकार्पण करेंगे। pic.twitter.com/V943d24CkT
— Yogi Adityanath (@myogiadityanath) December 12, 2021
ବିଲଡିଂଗୁଡ଼ିକ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବ । ସେଠାରେ ଯାତ୍ରୀ ସୁବିଧା କେନ୍ଦ୍ର, ଫଟୋ ଗ୍ୟାଲେରୀ, ମ୍ୟୁଜିୟମ, ଅଡିଟୋରିୟମ୍, ଭୋଗଶାଳା ଭଳି ବ୍ୟବସ୍ଥା କରାଯାଇଛି । କାଶୀ ବିଶ୍ୱନାଥ କରିଡର ପାଇଁ ୨୦୧୯, ମାର୍ଚ୍ଚ ୮ ତାରିଖରେ ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ।
Comments are closed.