Latest Odisha News

BREAKING NEWS

ଆସନ୍ତା ୬ରେ ଓଡିଶା ଆସିବେ ମୋଦୀ, ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ଦଳୀୟ ପ୍ରଚାର

ଭୁବନେଶ୍ଵର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଜୋରଦାର ପ୍ରଚାର । କେନ୍ଦ୍ରୀୟ ନେତା ମାନେ ଥରକୁ ଥର ଓଡିଶା ଗସ୍ତରେ ଆସି କରୁଛନ୍ତି ଦଳୀୟ ପ୍ରଚାର । ଗତ ଏପ୍ରିଲ ୨୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଗସ୍ତରେ ଆସିଥିବା ବେଳେ ଆସନ୍ତା ମେ’ ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ ।

ସକାଳ ୧୦ଟାରେ ବ୍ରହ୍ମପୁରରେ ଜନସଭାକୁ କରିବେ ସମ୍ବୋଧିତ । ଏହାପରେ ମଧ୍ୟାହ୍ନ ୧୨ଟା ୩୦ରେ ନବରଙ୍ଗପୁରରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ନିର୍ବାଚନ ହେବ । ତେଣୁ ଶେଷ ମୂହୂର୍ତ୍ତରେ ମୋଦୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଦଳ ନିଷ୍ପତ୍ତି ନେଇଛି ।

ସେପଟେ ମେ ୩ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାୟଗଡାରେ ଜନସଭା କରି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ମେ ୫ ତାରିଖ କିମ୍ବା ୯ ତାରିଖରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଭଦ୍ରା ନବରଙ୍ଗପୁର ଗସ୍ତରେ ଆସିବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.