Latest Odisha News

BREAKING NEWS

ଅଭୁଲା ଗୀତ : ମରୁଆ ଫୁଟିଲା ବନେ

ଗାୟନ : ରାଧାରମଣ ରାୟ ଓ କମଳା ଦେବୀ
ସଙ୍ଗୀତ : ଗୌର ଗୋସ୍ୱାମୀ
ସୁରେନ୍ ପାଲ୍‌

ଗୀତ : ରାଧାରମଣ ରାୟ
ଚଳଚ୍ଚିତ୍ର : ରୋଲସ୍ ଟୁ ଏଇଟ୍‌, ୧୯୫0

ନାୟିକା :ମରୁଆ ଫୁଟିଲା ବନେ
ମନକଥା ମୋର
ମନ ନ ମାନେ
ମନ ନ ମାନେ ମୋ
ନାହିଁ କେ ଶୁଣିବ ଜଣେ
ନାହିଁ କେ ଶୁଣିବ ଜଣେ
ହାୟ ହାୟ!
ନାୟକ : କଲରା କୋଳଥ ପଣା
ନଉଲି ବୟସୀ
ଲୋ ବିଦୁବଦନା
ବିଦୁବଦନା ଲୋ
ପୋଖତି ପରଠା ଚୁନା
ପୋଖତି ପରଠା ଚୁନା
ହାୟ ହାୟ!
ନାୟିକା :ଚହଲା ଘାଟର ପାଣି
ମରଦ ଜାତିକୁ କିଏ ନ ଜାଣି
କିଏ ନ ଜାଣି ଗୋ
ଆମେ ଉଡ଼ା ପକ୍ଷୀ ପର ଗଣି
ହାୟ ହାୟ!
ନାୟକ :କଥାରେ ଲହୁଣୀ ମଥା
ମହଣ ଦେଇ ତୁ ପାରିଚୁ ସୁନ୍ଥା
ପାରିଚୁ ସୁନ୍ଥା ନନୀ
କୁଙ୍କୁମର କମ ଚିତା
ହାୟ ହାୟ!
ନାୟିକା :ଶୁଆ ଥଣ୍ଟ ନାଲି ନାଲି
ଆପଣାର ବୋଲି ଯାହାକୁ କଲି
ଯାହାକୁ କଲି ଲୋ
ସେ ତ ପାଦେ ଦେଲା ଠେଲି
ନାୟକ :ଧାନ ପାଚି ହେଲା ଲିଆ
ଏପାର ସେପାର ଏ ତ ଦୁନିଆ
ଏ ତ ଦୁନିଆ ଲୋ
ଶଙ୍ଖା ଶାଢ଼ି ଦରପଣ ଦିଆ
ନାୟିକା :ବାଜୁଛି ନାଗରା ବାଜା
ଗୋପରେ ବଢ଼ୁଛି
ମୋ ମନ ରାଜା
ମୋ ମନ ରାଜା ଲୋ
ଆନ ଜନେ କିଆଁ ଖୋଜା
ନାୟକ :କାଟିଲି ଶିଆଳୀ ନଈ
ରାତିର କଥା ତ ଦିନକୁ ନାହିଁ
ଦିନକୁ ନାହିଁ ଲୋ
ଏଡ଼େ ମାନ କାହିଁ ପାଇଁ
ନାୟକ ଓ
ନାୟିକା :ଫୁଲର ଅମୂଲ ବାସ
ହାତେ ହାତ ଧରି ନାଚିବା ଆସ
ନାଚିବା ଆସ ସଖୀ
ଖୁସିରେ ମିଳିବ ହସ

 

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.