Latest Odisha News

BREAKING NEWS

ଓଡିଶାରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ଆରମ୍ଭ

ଭୁବନେଶ୍ୱର : ଓଡିଶାର ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ମଙ୍ଗଳବାର ଦିନ ଆରମ୍ଭ ହେବ ବୋଲି ଭାରତ ନିର୍ବାଚନ ଆୟୋଗ (ସିଇଓ) ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ଅଧିସୂଚନା ଅନୁଯାୟୀ, ନାମାଙ୍କନ ଦାଖଲ ପ୍ରକ୍ରିୟା ଏପ୍ରିଲ୍ ୨ ତାରିଖରେ ଆରମ୍ଭ ହୋଇ ଏପ୍ରିଲ୍ ୯ ଯାଏଁ ଚାଲିବ । ଏହାବ୍ୟତିତ ଏପ୍ରିଲ୍ ୧୦ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ଏପ୍ରିଲ୍ ୧୨ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ନେଇ ଦିନ ଧାର୍ଯ୍ୟ କରାଯାଇଛି ।

ଜାଣନ୍ତୁ, ୪ର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ୬ଟି ଲୋକସଭା ଓ ୪୨ଟି ବିଧାନସଭା ନିର୍ବାଚନୀମଣ୍ଡଳୀର ନାମ-

୧. ମୟୁରଭଞ୍ଜ (ଲୋକସଭା)-( ଏସଟି)
ନିର୍ବାଚନମଣ୍ଡଳୀ: ଜସିପୁର (ଏସଟି), ସରସକଣା (ଏସଟି), ରାଇରଙ୍ଗପୁର (ଏସଟି), ବାଙ୍ଗିରିପୋଷି (ଏସଟି), ଉଡଦା (ଏସଟି), ବାରିପଦା (ଏସଟି), ମୋରଡା (ସାଧାରଣ) ।

୨. ବାଲେଶ୍ୱର (ଲୋକସଭା)- (ସାଧାରଣ)
ନିର୍ବାଚନମଣ୍ଡଳୀ: ବଡସାହି (ଏସସି), ଜଳେଶ୍ୱର (ସାଧାରଣ), ଭୋଗରାଇ (ସାଧାରଣ), ବସ୍ତା (ସାଧାରଣ), ବାଲେଶ୍ୱର (ସାଧାରଣ), ରେମୁଣା (ଏସସି) ଏବଂ ନୀଳଗିରି (ସାଧାରଣ) ।

୩. ଭଦ୍ରକ (ଲୋକସଭା)- (ଏସସି)
ନିର୍ବାଚନମଣ୍ଡଳୀ: ସୋର (ଏସସି), ସିମୁଳିଆ (ସାଧାରଣ), ଭଣ୍ଡାରିପୋଖରୀ (ସାଧାରଣ), ଭଦ୍ରକ (ସାଧାରଣ), ବାସୁଦେବପୁର (ସାଧାରଣ), ଚାନ୍ଦବାଲି (ସାଧାରଣ) ଏବଂ ଧାମନଗର (ଏସସି) ।

୪. ଯାଜପୁର (ଲୋକସଭା)- (ଏସସି)
ନିର୍ବାଚନମଣ୍ଡଳୀ: ବିଞ୍ଝାରପୁର (ଏସସି), ବରି (ସାଧାରଣ), ବଡଚଣା (ସାଧାରଣ), ଧର୍ମଶାଳା (ସାଧାରଣ), ଯାଜପୁର (ସାଧାରଣ), କୋରେଇ (ସାଧାରଣ) ଏବଂ ସୁକିନ୍ଦା (ସାଧାରଣ) ।

୫. କେନ୍ଦ୍ରାପଡା (ଲୋକସଭା)- (ସାଧାରଣ)
ନିର୍ବାଚନମଣ୍ଡଳୀ: ସାଲେପୁର (ସାଧାରଣ), ମାହାଙ୍ଗା (ସାଧାରଣ), ପାଟକୁରା (ସାଧାରଣ), କେନ୍ଦ୍ରାପଡା (ଏସସି), ରାଜନଗର (ସାଧାରଣ), ମହାକାଳପଡା (ସାଧାରଣ) ଏବଂ ଆଳି (ସାଧାରଣ) ।

୬. ଜଗତସିଂହପୁର (ଲୋକସଭା)- (ଏସସି)
ନିର୍ବାଚନମଣ୍ଡଳୀ: ନିଆଳି (ଏସସି), ପାରାଦୀପ (ସାଧାରଣ), ତିର୍ତ୍ତୋଳ (ଏସସି), ବାଲିକୁଦା-ଏରସମା (ସାଧାରଣ), ଜଗତସିଂହପୁର (ସାଧାରଣ), କାକଟପୁର (ଏସସି) ଏବଂ ନିମାପଡା (ସାଧାରଣ) ।

Leave A Reply

Your email address will not be published.