Latest Odisha News

୨ ଦିନିଆ ଫ୍ରାନ୍ସ ଗସ୍ତରେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ୨ଦିନିଆ ଫ୍ରାନ୍ସ ଗସ୍ତରେ ବାହାରିିଛନ୍ତି ।

ଏହି ୨ ଦିନିଆ ଗସ୍ତ ଅବସରରେ ମୋଦି ପ୍ରଥମେ ଫ୍ରାନ୍ସରେ ପହଞ୍ଚିବା ସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ ସମୟରେ ଏହି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଆଣବିକ ଓ ଆତଙ୍କବାଦ ପ୍ରସଙ୍ଗ ଉପରେ ଆଲୋଚନା ହେବ । ପରେ ପରେ ସେ ୟୁଏଇ ଓ ବାହାରିନ୍ ଗସ୍ତ କରିବା ନେଇ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ କାଶ୍ମୀର ପ୍ରସଙ୍ଗରେ ଏହି ଦେଶସବୁ ଭାରତକୁ ସର୍ମଥନ କରିଥିବା ବେଳେ ଏହି ଗସ୍ତ ସମୟରେ ଭାରତ ସେମାନଙ୍କ ସହ ଦ୍ୱିପାକ୍ଷିକ ଚୁକ୍ତି କରିବ ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ଏହି ସମ୍ମିଳନୀ ପରେ ଅଗଷ୍ଟ ୨୫ ତାରିଖରେ ଜି-୭ ସମ୍ମିଳନୀରେ ଯୋଗଦେବା ଲାଗି ମୋଦି ପୁଣିଥରେ ଫ୍ରାନ୍ସ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.