Latest Odisha News

BREAKING NEWS

ବିଜୟ ଦିବସ: ସ୍ୱର୍ଣ୍ଣିମ ବିଜୟ ମଶାଲ ପ୍ରଜ୍ୱଳିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ୫୦ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣିମ ବିଜୟ ମଶାଲ ପ୍ରଜ୍ୱଳିତ କରିଛନ୍ତି । ଦିଲ୍ଲୀର ନ୍ୟାସନାଲ୍ ଓ୍ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ସ୍ୱର୍ଣ୍ଣିମ ବିଜୟ ମଶାଲରେ ଅଗ୍ନି ସଂଯୋଗ କରିଥିଲେ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତ ଓ ତିନି ସେନା ମୁଖ୍ୟ ଉପସ୍ଥିତ ଥିଲେ ।

ପ୍ରତିରକ୍ଷା ମନ୍ତ୍ରୀ, ସିଡିଏସ୍ ଓ ତିନି ସେନା ମୁଖ୍ୟ ସହିଦଙ୍କୁ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି । ଏହି ବିଜୟ ମଶାଲ ଦେଶର ବିଭିନ୍ନ ସ୍ଥାନ ପରିକ୍ରମା କରିବ । ୧୯୭୧ ଯୁଦ୍ଧ ପରେ ପରମବୀର ଚକ୍ର ଓ ମହାବୀର ଚକ୍ର ପାଇଥିବା ସୈନ୍ୟଙ୍କ ଗାଁକୁ ବି ଏହି ମଶାଲ ଶୋଭାଯାତ୍ରା ଯିବ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ଯୁଦ୍ଧରେ ପାକ ସେନାର ସମର୍ପଣ ‘ସର୍ବ ବୃହତ ସାମରିକ ଆତ୍ମସମର୍ପଣ’ ଭାବରେ ଜଣାଯାଏ ।

 

Leave A Reply

Your email address will not be published.