Latest Odisha News

ଦେଶରେ କରୋନାରୁ ୯୫% ଆକ୍ରାନ୍ତ ସୁସ୍ଥ: ୨୪ ଘଣ୍ଟାରେ ୨୬ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ୯୯ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣ କମିଛି । ଗତ ୨୪ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୬ହଜାର ୩୮୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୯ଲକ୍ଷ ୩୨ହଜାର ୫୪୮କୁ ବୃଦ୍ଧି ପାଇଛି ।

ଦେଶରେ ୧ଲକ୍ଷ ୪୪ହଜାର ପାର କରିଛି କରୋନା ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୩୮୭ଜୀବନ । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୪ହଜାର ୯୬ଛୁଇଁଛି । ମୃତ୍ୟୁହାର ରହିଛି ୧.୪୫% ।

ଦେଶରେ କରୋନାରୁ ସୁସ୍ଥ ହେଲେଣି ୯୫ ପ୍ରତିଶତରୁ ଅଧିକ ଆକ୍ରାନ୍ତ । ମୋଟ୍ ସୁସ୍ଥଙ୍କ ସଂଖ୍ୟା ୯୪ଲକ୍ଷ ୫୬ହଜାର ୪୪୯। ଗତ ୨୪ ଘଣ୍ଟାରେ ଆରୋଗ୍ୟ ଲାଭ କରିଛନ୍ତି ୩୩ହଜାର ୮୧୩ କରୋନା ଆକ୍ରାନ୍ତ । ଏବେ ଦେଶରେ ୩ଲକ୍ଷ ୩୨ହଜାର ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.