Latest Odisha News

BREAKING NEWS

ପାଠକ-ପାଣିଗ୍ରାହୀ ଫ୍ୟାମିଲି ଲିଙ୍କ ଖୋଳତାଡ ପାଇଁ ବ୍ରହ୍ମପୁରରେ ଭିଜିଲାନ୍ସ ଟିମ୍

ବ୍ରହ୍ମପୁର: କ୍ରାଇମବ୍ରାଞ୍ଚ ପରେ ଭିଜିଲାନ୍ସ । ପାଠକ-ପାଣିଗ୍ରାହୀ ଫ୍ୟାମିଲି ଲିଙ୍କର ତଦନ୍ତ ଆରମ୍ଭ କରିଛି । ଆଜି ଭିଜିଲାନ୍ସର ଗୋଟିଏ ଟିମ୍ ଅଧିକ ଖୋଳତାଡ ପାଇଁ ବ୍ରହ୍ମପୁରରେ ପହଞ୍ଚିଛି । ଭିଜିଲାନ୍ସ ସେଲ ଊଝଚ ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ବରେ ଖୋଳତାଡ ଆରମ୍ଭ ହୋଇଛି । ପାଠକ ବାପା-ପୁଅଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏହି ଟିମ୍ ତଦନ୍ତ କରିବ । ସେହିପରି ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ଦିଗରେ ବି ଛାନଭିନ କରିବ ଭିଜିଲାନ୍ସ ଟିମ୍ ।

ପୂର୍ବରୁ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇ ତଥ୍ୟ ହାସଲ କରିଥିଲା ଭିଜିଲାନ୍ସ । ସେହିପରି ବ୍ରହ୍ମପୁରରେ ଖୋଳତାଡ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ୫ ଦିନ ଧରି ତଦନ୍ତ କରିଥିଲା ।

ଟାଟା ମୋଟର୍ସରେ ଚାକିରି ନାଁରେ ଆକାଶ ପାଠକ କରିଥିବା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଖୋଳତାଡ କରିଛି । ବୋରିଗାଁ ସରପଞ୍ଚ ବସନ୍ତ ସାହୁ, ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ କମ୍ବୁପାଣିଙ୍କ ସମେତ ୮ ଜଣଙ୍କୁ ଜେରା ହୋଇଛି ।

Leave A Reply

Your email address will not be published.