ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାଂସଦମାନଙ୍କ ପାଇଁ ନୂତନ ଗୃହର ଉଦଘାଟନ କରିଛନ୍ତି। ଦିଲ୍ଲୀର ବିଡି ମାର୍ଗରେ ମୋଟ ୭୬ ଟି ନୂଆ ଫ୍ଲାଟ ନିର୍ମାଣ କରାଯାଇଛି, ଯାହା ସାଂସଦମାନେ ବ୍ୟବହାର କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନରେ କହିଛନ୍ତି ଯେ ଏହି ଫ୍ଲାଟଗୁଡିକରେ ପ୍ରତ୍ୟେକ ସୁବିଧା ଦିଆଯାଇଛି, ଯାହା ସାଂସଦମାନଙ୍କୁ କାର୍ଯ୍ୟ କରିବାରେ ସାହାଯ୍ୟ କରିବ। ଦିଲ୍ଲୀର ସାଂସଦମାନଙ୍କ ପାଇଁ କୋଠାଘରର ସମସ୍ୟା ଦୀର୍ଘ ଦିନ ଧରି ରହିଆସିଛି, ସାଂସଦମାନଙ୍କୁ ହୋଟେଲରେ ରହିବାକୁ ପଡୁଥିଲା ଯେଉଁ କାରଣରୁ ଆର୍ଥିକ ସମସ୍ୟ ମଧ୍ୟ ଦେଖାଦେଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦଶନ୍ଧି ଧରି ଚାଲିଆସୁଥିବା ସମସ୍ୟା କେବଳ ଏଡାଇ ଦିଆଗଲେ ଚଳିବ ନାହିଁ ଏହାକୁ ପୂରା କରିବାକୁ ପଡ଼ିବ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶରେ ଯୁଦ୍ଧ ମେମୋରିଆଲ, ପୋଲିସ ମେମୋରିଆଲ ସମେତ ଅନେକ ଯୋଜନା ରହିଛି, ଯାହାକି ବର୍ଷ ବର୍ଷ ଧରି ଅଟକି ରହିଥିଲା, କିନ୍ତୁ ଆମ ସରକାର ଏହି ସବୁ ଯୋଜନା ପୂରଣ କରିଥିଲେ।
ଏହି ଫ୍ଲାଟ ନିର୍ମାଣରେ ପରିବେଶ ଯତ୍ନ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ଅବଧି ସମୟରେ ମଧ୍ୟ ଗୃହ ନିର୍ମାଣ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିଲା ଏବଂ କାର୍ଯ୍ୟ ଏକ ଐତିହାସିକ ଢଙ୍ଗରେ କରାଯାଇଥିଲା।
Comments are closed.