Latest Odisha News

BREAKING NEWS

ସଜେଇ ହୋଇଛି ଅଯୋଧ୍ୟା: ଆସିବେ ପ୍ରଧାନମନ୍ତ୍ରୀ, ଭେଟି ଦେବେ ୧୬ ହଜାର କୋଟିର ପ୍ରକଳ୍ପ

ନୂଆଦିଲ୍ଲୀ: ଆଜି ଅଯୋଧ୍ୟା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୬ ହଜାର କୋଟି ପ୍ରକଳ୍ପ ଭେଟି ଦେବେ ।  ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃବିକଶିତ ରେଳ ଷ୍ଟେସନ ସମେତ ଅନେକ ଯୋଜନାର ଉଦ୍‌ଘାଟନ କରିବେ । ଏଥିସହିତ ଦୁଇଟି ଅମୃତ ଭାରତ ଏବଂ ୬ଟି ନୂଆ ବନ୍ଦେ ଭାରତ ଟ୍ର୍ରେନକୁ ବି ସବୁଜ ପତାକା ଦେଖାଇବେ ।

ଅଯୋଧ୍ୟାରେ ୪ଟି ନବନିର୍ମିତ ଏବଂ ବିକଶିତ ତଥା ସୁଦୃଶ୍ୟ ସଡକପଥର ଉଦଘାଟନ କରିବେ । ଏହି ୪ଟି ସଡକ ହେଉଛି, ରାମପଥ, ଭକ୍ତିପଥ, ଧର୍ମପଥ ଏବଂ ଶ୍ରୀରାମ ଜନ୍ମଭୂମି ପଥ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ରୋଡ ଶୋରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେବେ ।

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସଜେଇ ହୋଇଛି ସାରା ସହର । ଏୟାରପୋର୍ଟ, ରେଲୱେ ଷ୍ଟେସନ, ରାମପଥ ମାର୍ଗ ଏବଂ ଅନ୍ୟାନ୍ୟ ଜାଗାରେ ୪୦ଟି ଷ୍ଟେଜ ପ୍ରସ୍ତୁତ କରାଯାଇଛି । ୧, ୪୦୦ରୁ ଅଧିକ ଲୋକ କଳା ଏବଂ ସାସ୍କୃତିକ କର୍ଯ୍ୟକ୍ରମ ପ୍ରସ୍ତୁତ କରିବେ । ଏଥି ସହିତ ସହରକୁ ବିଭିନ୍ନ ଫୁଲରେ ଏବଂ ରଙ୍ଗବେରଙ୍ଗ ଆଲୋକମାଳାରେ ସଜା ଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଆଜି ସକାଳ ୧୧ ଟା ୧୫ ମିନିଟରେ ଏସବୁ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ସକାଳ ୧୦ ଟାରେ ଅଯୋଧ୍ୟାରେ ପହଂଚିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.