Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ କହିଲେ ଦେଶରେ କେବେ ଆସିବ କରୋନା ଟିକା ?

ନୂଆଦିଲ୍ଲୀ: କରୋନା ସହ ଲଢୁଛି ସାରା ଦେଶ । ଏବେ ଭ୍ୟାକିସିନ ବିକଶିତ କରିବାରେ ଲାଗିଛନ୍ତି ବିଶ୍ୱର ବିଭିନ୍ନ ଦେଶ । ଭାରତରେ କେବେ ଆସିବ କରୋନା ଟିକା, ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଭ୍ୟାକସିନ୍ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, କରୋନା ଟିକାର ପ୍ରସ୍ତୁତି ଅଭିଯାନ ଦ୍ରୁତ ଗତିରେ ଚାଲିଛି । ବୈଜ୍ଞାନିକମାନେ ଦିନ ରାତି ଲାଗିଛନ୍ତି ।

ଭାରତରେ ତିନିଟି ଭ୍ୟାକସିନର ପରୀକ୍ଷଣ ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚିଛି । କେବଳ ବୈଜ୍ଞାନିକଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା ରହିଛି । ଉତ୍ପାଦନ ସହ କିଭଳି ପ୍ରତିଟି ଭାରତୀୟଙ୍କ ପାଖରେ ଶୀଘ୍ର ପହଞ୍ଚି ପାରିବ ସେନେଇ ରୂପରେଖ ପ୍ରସ୍ତୁତି ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.