Latest Odisha News

BREAKING NEWS

ମୋଦୀଙ୍କ ଟ୍ୱିଟ୍‌, ମହିଳାଙ୍କ ପାଇଁ ସମର୍ପିତ ହେବ ସୋସିଆଲ ମିଡିଆ ଆକାଉଂଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଛାଡିବା ନେଇ ଲାଗି ରହିଥିବା ସସ୍‌ପେନ୍ସ ଉପରୁ ପରଦା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଆଜି ଟ୍ୱିଟ୍ କରିଛନ୍ତି ଯେ, ମୁଁ ସୋସିଆଲ ମିଡିଆ ଛାଡୁନାହିଁ । ମହିଳାଙ୍କ ଯୋଗଦାନ ପାଇଁ ସମର୍ପିତ ହେବ ତାଙ୍କ ଆକାଉଂଟ । ମହିଳା ଦିବସରେ ପ୍ରେରଣା ଯୋଗାଉଥିବା ମହିଳାଙ୍କୁ ସର୍ମିତ ହେବ ବୋଲି ଟ୍ୱିଟ୍ କରି କହିଛନ୍ତି ନରେନ୍ଦ୍ର ମୋଦୀ ।

ତେବେ ସୋସିଆଲ ମିଡିଆ ଛାଡିବା ନେଇ ସୋମବାର ରାତିରେ ମୋଦୀ ଟ୍ୱିଟ୍ କରି ସୂଚନା ଦେଇଥିଲେ । ଏହାକୁ ନେଇ ସୋସିଆଲ ମିଡିଆ ୟୁଜରଙ୍କ ମଧ୍ୟରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମୋଦୀଙ୍କୁ ମନାଇବା ପାଇଁ ଅନେକ ୟୁଜର ଉଦ୍ୟମ କରିଥିଲେ । ଏହପରେ ଆରମ୍ଭ ହୋଇଥିଲା ‘ହାସଟ୍ୟାଗ୍ ନୋ ସାର୍‌’ ଟ୍ରେଣ୍ଡ । ୟୁଜରମାନେ ‘ହାସଟ୍ୟାଗ୍ ନୋ ସାର୍‌’ ଲେଖି ମୋଦୀଙ୍କୁ ସୋସିଆଲ ମିଡିଆ ନଛାଡିବା ପାଇଁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.