Latest Odisha News

BREAKING NEWS

ଟୋରୋଣ୍ଟୋରେ ଭାରତୀୟ ଦିବସ ପାଳିତ, ମୁଖ୍ୟ ଆକର୍ଷଣ ସାଜିଲା ଓଡିଆ ପିଠାପଣା

ଟୋରୋଣ୍ଟୋ : ପାନୋରମା ଇଣ୍ଡିଆ ଦ୍ୱାରା ଟୋରୋଣ୍ଟୋରେ ପାଳିତ ହୋଇଛି ଭାରତୀୟ ଦିବସ । ଏହି ଅବସରରେ ଏଠାରେ ଭାରତୀୟ ସଂସ୍କୃତି ଓ ନୃତ୍ୟର ଝଲକ ଦେଖିବାକୁ ମିଳିଛି  । ୩୦ ରାଜ୍ୟର ପ୍ରାୟ ୧ ହଜାର ଭାରତୀୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନାଥନ ସ୍କ୍ୱାୟରରେ ବହୁ ଧୁମଧାମ ସହକାରେ ଭାରତୀୟ ଦିବସ କୁ  ପାଳନ କରାଯାଇଛି । ଉତ୍ସବରେ ଓଡିଆ ସଂସ୍କୃତି ଓ କଳାର ପ୍ରଦର୍ଶନ କରାଯାଇଛି । ନାଥନ ସ୍କ୍ୱାୟରରେ ଓଡିଶୀ ନୃତ୍ୟ ପରିବେଷଣ କରାଯିବା ସହ ପ୍ରଜ୍ଞାପନ ମେଢ ପ୍ରତିଯୋଗିତାରେ ସାମିଲ ହୋଇଛି  । ଆଉ ଏଥିରେ ତୃତୀୟ ସ୍ଥାନ ହାସଲ କରିଛି ଓଡିଶା  ।

BjdElectrycity

ଓଡିଶା ସଂସ୍କୃତି ଓ ପରମ୍ପରାକୁ ଦର୍ଶାଉଥିବା ବୋଇତ ବନ୍ଦାଣର ପ୍ରଜ୍ଞାପନ ମେଢ ପ୍ରତିଯୋଗିତାରେ ଦେଖିବାକୁ ମିଳିଛି । ପ୍ରବାସୀ ଭାରତୀୟଙ୍କ ହାତରନ୍ଧା ଭଳିକି ଭଳି ବ୍ୟଞ୍ଜନ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି  । ଏହି ବ୍ୟଞ୍ଜନରେ ଓଡ଼ିଶାର ପିଠାପଣାକୁ ସ୍ଥାନ ଦିଆଯାଇଛି  । ଓଡିଶା ସୋସାଇଟି ଅଫ କାନାଡ଼ା ଓ କାନାଡ଼ା-ଓଡିଶା ସୋସାଇଟି ଅଫ ଆମେରିକାର ମିଳିତ ଆନୁକୁଲ୍ୟରେ  ଟୋରୋଣ୍ଟୋ ରେ ରହୁଥିବା ଓଡିଆମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପ୍ରତିବର୍ଷ ଟୋରୋଣ୍ଟୋରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଏ ।

Leave A Reply

Your email address will not be published.