Latest Odisha News

BREAKING NEWS

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ‘ଅନୁଷ୍ଠାନ’ରେ ଅଛନ୍ତି ପ୍ରଧାନମନ୍ତ୍ରୀ, ଜାଣନ୍ତୁ ତାଙ୍କ ଦିନଚର୍ଯ୍ୟା ବିଷୟରେ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୨ ତାରିଖରୁ ପ୍ରଧାନମନ୍ତ୍ରୀ ‘ଅନୁଷ୍ଠାନ’ରେ ଅଛନ୍ତି । ୧୧ ଦିନ ଧରି ମୋଦି ଚଟାଣରେ ଶୋଉଛନ୍ତି, ସାତ୍ବିକ ଆହାର ରେ କେବଳ ନଡିଆ ପାଣି ପିଉଛନ୍ତି, ଜପ ଓ ଧ୍ୟ୍ୟାନ କରୁଛନ୍ତି, ଧାର୍ମିକ ଗ୍ରନ୍ଥ ପଢୁଛନ୍ତି । ଏନେଇ ସେ ପୂର୍ବରୁ ‘ଏକ୍ସ’ ରେ ଅଡିଓ ବାର୍ତ୍ତା ମାଧ୍ୟମରେ ଏହାର ସୂଚନା ଦେଇଥିଲେ ।

ଅଡିଓ ରେ ମୋଦି କହିଛନ୍ତି ଯେ, “ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଟା ପାଇଁ ଆଉ ମାତ୍ର ୧୧ ଦିନ ବାକି ଅଛି । ମୁଁ ସୌଭାଗ୍ୟବଶତଃ ଏହି ଶୁଭ ଘଟଣାର ସାକ୍ଷୀ ହେବି । ପ୍ରଭୁ ମୋତେ ପ୍ରତିଷ୍ଠା ସମୟରେ ଭାରତର ସମସ୍ତ ଲୋକଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ମେତ ଏକ ନିମିତ୍ତ ମାତ୍ର କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଁ ଆଜିଠାରୁ ୧୧ ଦିନର ଏକ ବିଶେଷ ଅନୁଷ୍ଠାନ ଆରମ୍ଭ କରୁଛି । ମୁଁ ଏଥିପାଇଁ ଆପଣ ସମସ୍ତଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରୁଛି । ଏହି ସମୟରେ ମୋର ଭାବନାକୁ ଶବ୍ଦରେ ପ୍ରକାଶ କରିବା ଅତ୍ୟନ୍ତ କଷ୍ଟକର, କିନ୍ତୁ ମୁଁ ମୋ ପକ୍ଷରୁ ଏକ ପ୍ରୟାସ କରିଛି… ”

ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରର ପ୍ରତିଷ୍ଠା ହେବ । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଗତକାଲି ରାତିରେ ରାମ ଲଲାଙ୍କ ମୂର୍ତ୍ତିକୁ ମନ୍ଦିରକୁ ଅଣାଯାଇଛି । ଏନେଇ ଶ୍ରୀ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଏହି ସୂଚନା ଦେଇଛନ୍ତି ।

ମନ୍ଦିର ପ୍ରତିଷ୍ଠାକୁ ଆଉ ୪ ଦିନ ବାକି ଥିବା ବେଳେ ଏବେ ନୀତି ନିୟମ ଅନୁଯାୟୀ ଅନ୍ୟ ସବୁ ପୂଜା କାର୍ଯ୍ୟ କରାଯାଉଛି । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହିପରି ମନ୍ଦିର ଟ୍ରଷ୍ଟ ପକ୍ଷରୁ ୭୦୦୦ ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ସେମାନଙ୍କ ମଧ୍ୟରେ ରାଜନେତା, ସେଲେବ୍ରିଟି, ଶିଳ୍ପପତି, ସାଧୁସନ୍ଥ ଓ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଅଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଙ୍କ ଏହି ଉପବାସ ଏବଂ ତ୍ୟାଗ କୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ବିଶ୍ୱାସ ଅନୁଯାୟୀ, ଏହି ଉପବାସ ଏବଂ ତ୍ୟାଗ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ସଫଳ କରିବାରେ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଉପବାସ କୁ ନେଇ ସାରା ଦେଶରେ ଉତ୍ସାହ ରହିଛି ।

Leave A Reply

Your email address will not be published.