Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଟେନିସ: ଦ୍ୱିତୀୟ ରାଉଣ୍ଡରୁ ବିଦା ହେଲେ ସୁମିତ

ମେଲବୋର୍ଣ୍ଣ:ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ସୁମିତ ନାଗଲଙ୍କ ଅଭିଯାନ ଦ୍ୱିତୀୟ ରାଉଣ୍ଡରେ ଶେଷ ହୋଇଯାଇଛି । ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସେ ଚୀନର ଜେସି ସାଙ୍ଗଙ୍କ ନିକଟରୁ ୨-୬, ୬-୩, ୭-୫ ଓ ୬-୪ ସେଟରେ ପରାଜିତ ହୋଇଥିଲେ । ମ୍ୟାଚ ୨ ଘଂଟା ୫୦ ମିିନିଟ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଥମ ସେଟରେ ସୁମିତ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଏହା ପରେ ତାଙ୍କ ଚୀନ ପ୍ରତିଦ୍ୱନ୍ଦ୍ୱୀ ସଫଳତାର ସହ ପ୍ରତ୍ୟାବର୍ତନ କରି ମ୍ୟାଚକୁ ଜିତି ନେଇଥିଲେ । ଦ୍ୱିତୀୟ ରାଉଣ୍ଡରୁ ବିଦା ହେବା ସତ୍ୱେ ସୁମିତ ୯୫a ଲକ୍ଷ ଟଙ୍କାର ପୁରସ୍କାର ରାଶି ହାତେଇଛନ୍ତି ।

ପୁରୁଷ ଡବଲ୍ସରେ ରୋହନ ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନ ଅଷ୍ଟ୍ରେଲୀୟ ଯୋଡି ଜେମ୍ସ ଡକ୍ୱୱର୍ଥ ଓ ମାର୍କ ପୋଲମେନ୍ସଙ୍କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛନ୍ତି । ବିଜୟ ସୁନ୍ଦର ପ୍ରଶାନ୍ତ ଓ ଅନିରୁଦ୍ଧ ଚନ୍ଦ୍ରଶେଖରଙ୍କୁ ହଙ୍ଗେରୀର ମାର୍ଟିନ ଫୁକ୍ସବିକ୍ସ ଓ ଫାବିୟାନା ମାରୋଜସାନଙ୍କ ନିକଟରୁ ୩-୬, ୪-୬ରେ ହାରି ଯାଇଛନ୍ତି ।

Leave A Reply

Your email address will not be published.