Latest Odisha News

BREAKING NEWS

ପୋକ୍ସୋ କୋର୍ଟରେ ନିଯୁକ୍ତି ଲାଗି ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ୨୪ ଟି ପୋକ୍ସୋ କୋର୍ଟ ଲାଗି ସରକାରଙ୍କ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ।

ପୋକ୍ସୋ କୋର୍ଟରେ ଜଣେ ବିଚାର ବିଭାଗୀୟ ଅଧିକାରୀଙ୍କ ସମେତ ମୋଟ୍ ୮ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଗୃହ ବିଭାଗ ପକ୍ଷରୁ ଏନେଇ ଆକାଉଣ୍ଟ ଜେନେରାଲଙ୍କୁ ଅବଗତ କରାଯାଇଛି।

ପ୍ରାପ୍ତ ସୂଚନାନୁଯାୟୀ ପ୍ରତି କୋର୍ଟରେ ଜିଲ୍ଲା ଓ ଦୌରା ଜଜ୍ ପାହ୍ୟାର ଜଣେ ବିଚାର ବିଭାଗୀୟ ଅଧିକାରୀ, ଟାଇପିଷ୍ଟ, କିରାଣୀ ୪ର୍ଥ ଶ୍ରେଣୀ କିରାଣୀ ମାନଙ୍କ ସମେତ ମୋଟ୍ ୯୨ ଜଣ ରହିବେ।

ଏହି ନିଯୁକ୍ତି ପ୍ରକ୍ରିୟାରେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବରଗଡ, ବଲାଙ୍ଗିର, କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ କେନ୍ଦୁଝର ଭଳି ୨୪ଟି ଜିଲ୍ଲା ସାମିଲ ରହିଛି ।

 

Leave A Reply

Your email address will not be published.