ପୁରୀ: ଭାଷା ଓ ସାହିତ୍ୟକୁ ବଂଚାଇ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିବା ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ପକ୍ଷରୁ ବୁଧବାର ଏକ ସମ୍ବର୍ଦ୍ଧନା ଉତ୍ସବ ଏବଂ ଆଲୋଚନା ଚକ୍ର ସ୍ଥାନୀୟ ଭକ୍ତ ସାଲବେଗ ପୀଠରେ ଆୟୋଜିତ ହୋଇଯାଇଛି । ଏଥିରେ ପ୍ରତିଷ୍ଠିତ ହିନ୍ଦୀ କବିୟତ୍ରୀ ଉର୍ବଶୀ ଅଗ୍ରୱାଲ ଏବଂ ଭାରତର ଅଗ୍ରଣୀ ପବ୍ଲିସର୍ସ ପ୍ରଭାତ ପ୍ରକାଶନ,ନୂଆଦିଲ୍ଲୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୱନ ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ପୁସ୍ତକ ମେଳାରେ ପ୍ରଭାତ ପ୍ରକାଶନ ଯୋଗ ଦେବ ବୋଲି ଆଶ୍ୱସନା ଦେଇଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ କମିଟିର ସଭାପତି ତଥା ଓଡିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଟୀକାଏତରାୟ, ନ୍ୟାଶନାଲ ବୁକ ଟ୍ରଷ୍ଟର ପୂର୍ବତନ ସମ୍ପାଦକ ମାନସ ରଂଜନ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶିଷ୍ଟ ହିନ୍ଦୀ ଅନୁବାଦକ ଡଃ.ଲକ୍ଷ୍ମୀଧର ଦାସ, ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ସମ୍ପାଦକ ଚକ୍ରଧର ମହାପାତ୍ର, ଉପ ସଭାପତି ଅନାମ ଚନ୍ଦ୍ର ସାହୁ, ବିପିନ ବିହାରୀ ଦଳେଇ, ଅଭନନ୍ଦନିକାର ସମ୍ପାଦକ ଶ୍ୟାମ ସୁନ୍ଦର ସେନାପତି ଯୋଗ ଦେଇଥିଲେ । ଜାତୀୟ ମାନବଧିକାର ସଂଗଠନର ସଭାପତି ଡଃ ଅଭିନ୍ନ ହୋତା, କବି ଆଲୋକ ପ୍ରଧାନ, ସୁନୀଲ ମିଶ୍ର, ଯୋଗେଶ୍ୱର ପ୍ରହରାଜ, ସୁବାସିନୀ ଶତପଥୀ, ପୀତବାସ ମିଶ୍ର, ବିଶ୍ୱପ୍ରୀତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଉର୍ବଶୀ ଏହି ଅବସରରେ ତାଙ୍କ ପୁସ୍ତକର କବିତା ଆବୃତି କରିଥିଲେ ।
BREAKING NEWS
- ଅନଧିକୃତ ଏବଂ ବେଆଇନ୍ ବିଦ୍ୟୁତ ପୁନଃ ସଂଯୋଗ ବିରୋଧରେ ଟିପିଏସ୍ଓଡିଏଲର ଦୃଢ଼ କାର୍ଯ୍ୟାନୁଷ୍ଠାନ
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
- Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ
- ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ
- ଡ୍ରୋନ୍ ସାହାଯ୍ୟରେ ଭାରତରେ ଆତଙ୍କ ସୃଷ୍ଟି କରିବା ଷଡ଼ଯନ୍ତ୍ର ପଣ୍ଡ, ଜଣେ ଆମେରିକୀୟ ସହ ୬ ୟୁକ୍ରେନୀୟ ନାଗରିକ ଗିରଫ
- Bomb Blast: ଭୟଙ୍କର ବୋମା ବିସ୍ଫୋରଣ: ଛିଡିଗଲା ଯୁବକଙ୍କ ହାତ ପାପୁଲି…
- ନିଲମ୍ବିତ ବିଧାୟକଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଆହ୍ୱାନ ଦେଲେ ମୋକିମ୍
- Maternity Leave Adoptive Mothers: ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
- ସମସ୍ୟା ପାଇଁ ଆସିଥିଲେ ଉଠାଇ ନେଲା ପୋଲିସ
- ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ
Comments are closed.