ପୁରୀ: ଭାଷା ଓ ସାହିତ୍ୟକୁ ବଂଚାଇ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିବା ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ପକ୍ଷରୁ ବୁଧବାର ଏକ ସମ୍ବର୍ଦ୍ଧନା ଉତ୍ସବ ଏବଂ ଆଲୋଚନା ଚକ୍ର ସ୍ଥାନୀୟ ଭକ୍ତ ସାଲବେଗ ପୀଠରେ ଆୟୋଜିତ ହୋଇଯାଇଛି । ଏଥିରେ ପ୍ରତିଷ୍ଠିତ ହିନ୍ଦୀ କବିୟତ୍ରୀ ଉର୍ବଶୀ ଅଗ୍ରୱାଲ ଏବଂ ଭାରତର ଅଗ୍ରଣୀ ପବ୍ଲିସର୍ସ ପ୍ରଭାତ ପ୍ରକାଶନ,ନୂଆଦିଲ୍ଲୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୱନ ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ପୁସ୍ତକ ମେଳାରେ ପ୍ରଭାତ ପ୍ରକାଶନ ଯୋଗ ଦେବ ବୋଲି ଆଶ୍ୱସନା ଦେଇଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ କମିଟିର ସଭାପତି ତଥା ଓଡିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଟୀକାଏତରାୟ, ନ୍ୟାଶନାଲ ବୁକ ଟ୍ରଷ୍ଟର ପୂର୍ବତନ ସମ୍ପାଦକ ମାନସ ରଂଜନ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶିଷ୍ଟ ହିନ୍ଦୀ ଅନୁବାଦକ ଡଃ.ଲକ୍ଷ୍ମୀଧର ଦାସ, ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ସମ୍ପାଦକ ଚକ୍ରଧର ମହାପାତ୍ର, ଉପ ସଭାପତି ଅନାମ ଚନ୍ଦ୍ର ସାହୁ, ବିପିନ ବିହାରୀ ଦଳେଇ, ଅଭନନ୍ଦନିକାର ସମ୍ପାଦକ ଶ୍ୟାମ ସୁନ୍ଦର ସେନାପତି ଯୋଗ ଦେଇଥିଲେ । ଜାତୀୟ ମାନବଧିକାର ସଂଗଠନର ସଭାପତି ଡଃ ଅଭିନ୍ନ ହୋତା, କବି ଆଲୋକ ପ୍ରଧାନ, ସୁନୀଲ ମିଶ୍ର, ଯୋଗେଶ୍ୱର ପ୍ରହରାଜ, ସୁବାସିନୀ ଶତପଥୀ, ପୀତବାସ ମିଶ୍ର, ବିଶ୍ୱପ୍ରୀତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଉର୍ବଶୀ ଏହି ଅବସରରେ ତାଙ୍କ ପୁସ୍ତକର କବିତା ଆବୃତି କରିଥିଲେ ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.