Latest Odisha News

ବନ୍ୟା ଜଳରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ

ପୁରୀ: ସାରା ଜିଲ୍ଲାରେ ବନ୍ୟା ତାଣ୍ଡବ ରଚିଥିବା ବେଳେ ଏବେବି ଜଳ ଛାଡ଼ିନି । ଅନେକ ସ୍ଥାନରେ ଗାଁ ଦାଣ୍ଡରେ ବନ୍ୟା ଜଳର ସୁଅ ରହିଛି । ଏହାରି ଭିତରେ ପୁରୀ ଜିଲ୍ଲା ଗୋପ ବ୍ଲକରୁ ଆସିଛି ଦୁଃଖଦ ଖବର । ଗୋପରେ ବନ୍ୟା ପାଣିରେ ବୁଡ଼ି ଯାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଗୋପ ଥାନା ଗୋରଡ଼ା ପଞ୍ଚାୟତର ବବିନା ମହାରଥୀ ଶୌଚ ପାଇଁ ଯାଇଥିବା ବେଳେ ବନ୍ୟା ଜଳରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ବବିନାଙ୍କୁ ପରିବାର ଲୋକ ବନ୍ୟା ପାଣିରୁ ଉଦ୍ଧାର କରି ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ବବିନାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଛି ପୂରା ପରିବାର ।

Leave A Reply

Your email address will not be published.