Latest Odisha News

BREAKING NEWS

ସଂଗ୍ରାମ ମିଶ୍ରଙ୍କ କବିତା ସଙ୍କଳନ ‘ପ୍ରତିଫଳନ’ ସଂସ୍କୃତି ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଅପୂର୍ବା ପ୍ରକାଶନୀ ପକ୍ଷରୁ ବିଶିଷ୍ଟ କବି ସଂଗ୍ରାମ ମିଶ୍ରଙ୍କ କବିତା ପୁସ୍ତକ “ପ୍ରତିଫଳନ” ୪ର୍ଥ ଓଡ଼ିଶା ରାଜଧାନୀ ପୁସ୍ତକ ମହୋତ୍ସବ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।

BjdElectrycity

କବି ଶ୍ରୀ ମିଶ୍ରଙ୍କ ଦ୍ୱାରା ଲିଖିତ ଉନ୍ମୋଚିତ କବିତା ପୁସ୍ତକ ସକରାତ୍ମକ ପରିବର୍ତ୍ତନ ଓ ସାମାଜିକ ସଂସ୍କାର ଦିଗରେ ସ୍ୱର ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ କବିତାରେ ରହିଥିବା ବାର୍ତ୍ତା ଆଗାମୀ ପିଢୀକୁ ନୂତନ ଦିଗଦର୍ଶନ ଦେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରି ପୁସ୍ତକର ପାଠକୀୟ ଆଦୃତି କାମନା କରିଥିଲେ ।

ପ୍ରକାଶକ କ୍ଷୀରୋଦ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷିକେଶ ମଲ୍ଲିକ ସମ୍ମାନିତ ଅତିଥି ଭାବରେ, ଯୋଗଦେଇ ପୁସ୍ତକ ସଂପର୍କରେ ସମୀକ୍ଷା କରି ଉଗ୍ର ଆଧୁନିକ ସଭ୍ୟତା ଓ ସାଂସ୍କୃତିକ ମୂଲ୍ୟବୋଧର ସୁରକ୍ଷା ପାଇଁ କବି ଶ୍ରୀ ମିଶ୍ରଙ୍କ କବିତାକୃତିରେ କବିଙ୍କ ଜୀବନର ଜଟିଳ ଅନୁଭୂତି , ଶବ୍ଦ ଓ ସାହିତ୍ୟରେ ରୂପାୟିତ ହେବା ସଙ୍ଗେ ସଙ୍ଗେ ପ୍ରତିଟି ଶବ୍ଦରେ ଜାଜୁଲ୍ୟମାନ ବାର୍ତ୍ତା ଲୁଚିକରି ରହିଛି ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.