Latest Odisha News

ଅଙ୍ଗନୱାଡ଼଼ି କେନ୍ଦ୍ର ନିର୍ମାଣ ବିଲ୍ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କନିଷ୍ଠ ଯନ୍ତ୍ରୀ ରଜନୀ କାନ୍ତ ମାଝୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରଜନୀଙ୍କୁ ଟଙ୍କା ସହ ଭଜିଲାନ୍ସ ଧରିଛି ।

ନୂଆ କରି ନିର୍ମାଣ ହୋଇଥିବା ଅଙ୍ଗନୱାଡ଼ି କେନ୍ଦ୍ରର ଚୂଡ଼ାନ୍ତ ବିଲ୍ କରିବାକୁ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ କନିଷ୍ଠ ଯନ୍ତ୍ରୀ । ଆଜି ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜେଇ ରଜନୀ କାନ୍ତ ମାଝିଙ୍କୁ ଭିଜିଲାନ୍ସ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଛି ।

ଲାଞ୍ଚ ନେଇ ଧରା ପଡ଼ିବା ପରେ ରଜନୀ କାନ୍ତ ୨ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛି । ଏନେଇ ଭୁବନେଶ୍ୱର ଭିଜିଲାନ୍ସରେ ମାମଲା ରୁଜୁ ହୋଇଥିବା ବେଳେ ରେଡ୍ ଜାରି ରହିଛି ।

Leave A Reply

Your email address will not be published.