Latest Odisha News

BREAKING NEWS

ରୋହିଣୀ କୋର୍ଟ ବିସ୍ଫୋରଣ ଘଟଣା: ଗିରଫ ହେଲେ ଡିଆରଡିଓ ବୈଜ୍ଞାନିକ

ନୂଆଦିଲ୍ଲୀ: ଡିସେମ୍ବର ୯ରେ ଦିଲ୍ଲୀର ରୋହିଣୀ କୋର୍ଟ ଭିତରେ ହୋଇଥିବା ବିସ୍ଫୋରଣ ଘଟଣାରେ ଆଜି ସ୍ଥାନୀୟ ପୋଲିସ ଜଣେ ଡିଆରଡିଓ ବୈଜ୍ଞାନିକଙ୍କୁ ଗିରଫ କରିଛନ୍ତି । ସେ ଜଣେ ଓକିଲଙ୍କୁ ହତ୍ୟା କରିବା ପାଇଁ ଏହି ବିସ୍ଫୋରଣ ଘଟାଇଥିଲେ । ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ । ଅଭିଯୁକ୍ତ ବୈଜ୍ଞାନିକ ଏବଂ ଓକିଲଙ୍କ ମଧ୍ୟରେ ବିବାଦ ଥିବାରୁ ସେ ଏହି କାଣ୍ଡ ଘଟାଇଥିଲେ ।

ଜେରା ବେଳେ ସେ ନିଜ ଦୋଷ ସ୍ୱୀକାର କରିଛନ୍ତି । ସିସିଟିଭି ଫୁଟେଜ ଏବଂ ଅନ୍ୟ ଦିଗରେ ତଦନ୍ତ କରି ପୋଲିସ ଏହି ସଫଳତା ହାସଲ କରିଛି । ପୋଲିସ ତଦନ୍ତ ଜାରୀ ରଖିଥିବାରୁ ଏ ନେଇ ସବିଶେଷ ତଥ୍ୟ ପ୍ରଦାନ କରିନି ।

Leave A Reply

Your email address will not be published.