Latest Odisha News

ମାତିଛନ୍ତି ସାଇବର ଠକ : ୧୧ ମାସରେ ଲୁଟିଲେଣି ୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା

ଭୁବନେଶ୍ୱର : ଓଡିଶାରେ ଦିନକୁ ଦିନ ସାଇବର ଠକଙ୍କ ଆତଙ୍କ ବଢିବାରେ ଲାଗିଛି । ଭୁବନେଶ୍ୱରରେ ସାଇବର ସେଲରେ ମୋଟ ୬୭ଟି ମାମଲା ରୁଜୁ ହୋଇଛି । ସାଇବର ଠକମାନେ ଗତ ୧୧ ମାସ ଭିତରେ ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା ଲୁଟି ନେଇଛନ୍ତି । ଏହି ମାମଲାରେ ୧୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏନେଇ ଗୃହ ବିଭାଗର ସାଇବର ସେଲକୁ ସମସ୍ତ ଫ୍ରଡ କଲ୍ ନମ୍ବର ପୋଲିସ ପଠାଇଛି ।

ଟୋଲ ଫ୍ରି ନମ୍ବରକୁ ଭୁବନେଶ୍ୱରରୁ ଆସିଛି ୨୮୭୨ କଲ୍ । ଭୁବନେଶ୍ୱରରୁ ବାହାରୁ ସାଢେ ୩ ହାଜର କଲ୍ ଆସିଥିବା ସୂଚନା ମିଳିଛି । ଓଡିଶାରେ ସାଇବର ଠକମାନେ ବର୍ତ୍ତମାନ ସକ୍ରିୟ ଅଛନ୍ତି । ଗୁଗୁଲ ମ୍ୟାପରୁ ସାଇବର ଠକମାନଙ୍କ ଲୋକେସନ ଟ୍ରାପ୍ କମିଶନରେଟ ପୋଲିସ କରିଛି । ପଞ୍ଜାବ, ଗୁରୁଗାଓଁ , ରାଜସ୍ଥାନରୁ, ବାଙ୍ଗୋଲୋରରୁ ଅଧିକ ଫ୍ରଡ୍ କଲ୍ ଆସୁଛି ବୋଲି ଜଣାପଡିଛି । ଏନେଇ ଡେସ୍କ ଆପକୁ ସଚେତନ ରହିବାକୁ କୁହାଯାଇଛି ।ରାଜଧାନୀରେ ସାଇବର ଠକଙ୍କ ଆତଙ୍କ ବଢୁଥିବାରୁ ପୋଲିସ ପ୍ରଶାସନ ଓ ସାଇବର ସେଲ୍ ସାଇବର ଠକଙ୍କ ଉପରେ କଡା ନଜର ରଖିଛି ।

Leave A Reply

Your email address will not be published.