Latest Odisha News

BREAKING NEWS

ପ୍ରବାସୀ ଓଡିଆଙ୍କୁ ବେଙ୍ଗାଳୁରୁ ନ ଛାଡିବା ପାଇଁ ପୋଲିସ କମିଶନରଙ୍କ ନିବେଦନ

ଭୁବନେଶ୍ୱର : ପ୍ରବାସୀ ଓଡିଆ ବେଙ୍ଗାଳୁରୁ ନ ଛାଡିବା ପାଇଁ ପୋଲିସ କମିସନର ଭାସ୍କର ରାଓଙ୍କ ନିବେଦନ କରିଛନ୍ତି । ଖୁବ୍ ଶୀଘ୍ର କର୍ଣ୍ଣାଟକରେ କଳ କାରଖାନା ଖୋଲିବ ଏବଂ ଶ୍ରମିକମାନେ କାମରେ ଯୋଗ ଦେବେ । ତେଣୁ ଲକ୍‌ଡାଉନ ଯୋଗୁଁ ଭୟଭୀତ ହୋଇ ନିଜ ରାଜ୍ୟକୁ ଫେରି ନ ଯିବାକୁ ସେ କହିଛନ୍ତି ।

ଲକ୍ ଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନେ ଓଡିଶା ଫେରିବା ନେଇ ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଗୁଜୁରାଟ, କେରଳ, ଆନ୍ଧ୍ରପ୍ରଦେଶ ଆଦିରୁ ବସ୍ ଓ ରେଳ ଯୋଗେ ପ୍ରବାସୀ ଶ୍ରମିକ ଓଡିଶା ଫେରୁଛନ୍ତି ।
ତେବେ ଏହି ସମୟରେ ତରବର ହୋଇ ନ ଫେରି ବେଙ୍ଗୁଳୁରୁରେ ରହି ନିଜ ଚାକିରୀରେ ଯୋଗ ଦେବାକୁ ପୋଲିସ କମିଶନର ନିବେଦନ କରିଛନ୍ତି ।

Leave A Reply

Your email address will not be published.