Latest Odisha News

BREAKING NEWS

ବଜାରରେ ବିକ୍ରି ହେଉଥିବା ପକ୍ଷୀକୁ କିଣି ମୁକ୍ତ କରନ୍ତି କନଷ୍ଟେବଳ

ଉତ୍ତରପ୍ରଦେଶ: ମୁକ୍ତିର ଆନନ୍ଦ କ’ଣ ଏକଥା ଅନୁଭବି ହିଁ ଜାଣେ । ବିଭିନ୍ନ ସମୟରେ ଏମିତି ଘଟଣାର ନଜିର ଅଛି, ଯେଉଁଥିରେ ମୁକ୍ତି ପାଇଥିବା ଚରିତ୍ର ଓ ମୁକ୍ତି ଦେଇଥିବା ଚରିତ୍ରକୁ ନେଇ ଚର୍ଚ୍ଚା ଲାଗି ରହେ । ଏ କଥାକୁ ମର୍ମେ ମର୍ମେ ଅନୁଭବ କରିଥିବା ଜଣେ ଚରିତ୍ର ହେଉଛନ୍ତି ପୋଲିସ କନଷ୍ଟେବଳ । ପିଞ୍ଜରା ଭିତରେ ଆବଦ୍ଧ ହୋଇଥିବା ଚଢେଉଗୁଡ଼ିକୁ ମୁକ୍ତି ଦେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଏସବୁକୁ ଲୋକମାନେ ବହୁତ ପସନ୍ଦ କରନ୍ତି ।

୨୦୧୯ ବ୍ୟାଚ କନଷ୍ଟେବଳ ସୁରେଶ ସବଲୋକ ସିଟି କୋଟୱାଲୀ ଅଞ୍ଚଳରେ ଡାଏଲ-୧୧୨ ର ପିଭିଆର ୨୭୧୧ରେ ପୋଷ୍ଟିଂ ହୋଇଛନ୍ତି ।
ପିଲାଦିନରୁ ପ୍ରାଣୀ ଏବଂ ପକ୍ଷୀମାନଙ୍କୁ ବହୁତ ଭଲ ପାଇ ଆସୁଛନ୍ତି । ଛୋଟବେଳେ ସେ ଭୋକିଲା ପ୍ରାଣୀ ଦେଖିଲେ ତାକୁ ଖାଇବାକୁ ଦେଇଥାନ୍ତି । ଚାକିରି ପାଇବା ପରେ ମଧ୍ୟ ସେ ଏହି କାର୍ଯ୍ୟକୁ ଜାରି ରଖିଛନ୍ତି । ବଜାରରେ ବିକ୍ରି ହେଉଥିବା ପକ୍ଷୀଙ୍କୁ ସେ ନିଜେ ଟଙ୍କା ଦେଇ କିଣନ୍ତି ଓ ମୁକ୍ତ କରନ୍ତି । କୌଣସି ମୂଲଚାଲ ବି କରନ୍ତି ନାହିଁ । ଏଥିପାଇଁ ସେ ତାଙ୍କ ଦରମା ଟଙ୍କା ହିଁ ଖର୍ଚ୍ଚ କରିଥାନ୍ତି ।

ସୁରେଶ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସେ ପ୍ରାୟ ୧୦୦୦ ପକ୍ଷୀକୁ ବିକ୍ରେତାମାନଙ୍କଠାରୁ କିଣି ମୁକ୍ତ କରି ସାରିଲେଣି । ଏବେ ଅନେକ ଲୋକ ପକ୍ଷୀ ବିକ୍ରୟ ବିଷୟରେ ତାଙ୍କୁ ସୂଚନା ଦେବା ଆରମ୍ଭ କରିଛନ୍ତି । ଖବର ପାଉ ପାଉ ଘଟଣାସ୍ଥଳରେ ପହଞ୍ଚିଯାନ୍ତିି ସେ । ପକ୍ଷୀ କିଣିକୁୁ ମୁକ୍ତ କରି ଦେଇଥାନ୍ତି । ସେ ବିଶ୍ୱାସ କରନ୍ତି ପକ୍ଷୀମାନେ ଖୋଲା ଆକାଶରେ ଉଡ଼ିବା ପାଇଁ ସୃଷ୍ଟି ହୋଇଛନ୍ତି । ସେମାନଙ୍କୁ କାହିଁକି ପିଞ୍ଜରାରେ ରଖାଯିବ? ପକ୍ଷୀମାନଙ୍କୁ ପିଞ୍ଜରାରେ ନ ରଖିବାକୁ ସେ ଲୋକଙ୍କୁ ଅନୁରୋଧ କରିଥାନ୍ତି ।

ଏହି ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କର ଏହି କାର୍ଯ୍ୟକୁ ନେଇ ଲୋକେ ପ୍ରଶଂସା କରୁଛନ୍ତି । ଏସପି ରାଜେଶ ଦ୍ୱିବେଦୀ ତାଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରି ସମ୍ମାନିତ କରିଛନ୍ତି ।

Leave A Reply

Your email address will not be published.