Latest Odisha News

BREAKING NEWS

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗୁଣୁପୁର ସଦର ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ

ରାୟଗଡ଼ା: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗୁଣୁପୁର ସଦର ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଏହି ଫ୍ଲାଗମାର୍ଚ୍ଚ ଦ୍ୱାରା ଚଳିତ ସାଧାରଣ ନିର୍ବାଚନରେ ନାକ୍କା ପୋଷ୍ଟ ଫ୍ଲାୟିଙ୍ଗ ସ୍କ୍ୱାଡ଼ ଗଠନ କରାଯାଇଛି ବୋଲି ଗୁଣୁପୁର ସଦର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାବୁଲି ନାୟକ ଜଣାଇଛନ୍ତି।

ସଦର ଗୁଣୁପୁରରେ ଆଣ୍ଟି ସୋସିଆଲଙ୍କୁ ସତର୍କ ଘଣ୍ଟି ସୂଚନା ଦେବା ଏବଂ ସହରରେ ପୋଲିସ ପ୍ରତି ଲୋକଙ୍କ ଆସ୍ଥାକୁ ବଜାୟ ରଖିବା ପାଇଁ ଏହି ଫ୍ଲାଗ ମାର୍ଚ୍ଚ ଗୁଣୁପୁର ପୋଲିସ ଥାନାରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ମୁଖ୍ୟ ରାସ୍ତା ସହ ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ ଦେଇ ବାଇପାସ ଦେଇ ପଇଁତରା ମାରିବା ସହ ଆଣ୍ଟି ସୋସିଆଲ ଗତି ଉପରେ ତୀବ୍ର ଦୃଷ୍ଟି ରଖିବ। ଏହାସହ ମଦ ଧରପଗଡ଼କୁ ନିୟମିତ କରାଯିବ ବୋଲି ଜଣାଇଛନ୍ତି।

ଏହି ଫ୍ଲାଗ ମାର୍ଚ୍ଚରେ ଗୁଣୁପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାବୁଲି ନାୟକ, ଗୁଣୁପୁର ଆଦର୍ଶ ଥାନା ଅଧିକାରୀ ଉତ୍ତମ ନାୟକ ନେତୃତ୍ୱ ନେଇଥିବା ବେଳେ ଓଡିଶା ପୋଲିସ ଏବଂ ସି ଆରପିଏଫ ଯବାନମାନେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.