Latest Odisha News

BREAKING NEWS

୧୨୦ ନଟଆଉଟ: ଏମାନେ ନେହେରୁଙ୍କଠାରୁ ଆରମ୍ଭ କରି ମୋଦିଙ୍କ ରାଜନୈତିକ ଯାତ୍ରା ଦେଖିଛନ୍ତି

ପ୍ରୟାଗରାଜ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ଉଦ୍ୟମ ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ଭୋଟରଙ୍କୁ ନେଇ ଅନେକ ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ପ୍ରୟାଗରାଜରେ ଏପରି ଭୋଟର ଅଛନ୍ତି ଯେଉଁମାନେ କି ଜବାହାରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ରାଜନୈତି ଯାତ୍ରା ଦେଖିଛନ୍ତି । ୧୯୫୨ରୁ ଆଜି ପର୍ଯ୍ୟନ୍ତ ସେମାନେ ସମସ୍ତ ନିର୍ବାଚନରେ ଭୋଟ ଦେଇଛନ୍ତି । ପ୍ରୟାଗରାଜରେ ଓଭରାଲ ୪୬ ଲକ୍ଷ ଭୋଟରଙ୍କ ମଧ୍ୟରୁ ୧୦୪୯ ସୁପର ସିନିୟର ମତଦାତା ରହିଛନ୍ତି । ଯେଉଁମାନଙ୍କ ବୟସ ୧୦୦ରୁ ଊର୍ଦ୍ଧ୍ୱ । ଏଠାରେ ୪୧୪ ପୁରୁଷ ଓ ୪୪୦ ମହିଳା ଭୋଟରଙ୍କ ବୟସ ୧୦୦ରୁ ଊର୍ଦ୍ଧ୍ୱ ରହିଛି ।

ସେହିପରି ୩ ପୁରୁଷ ଓ ୧୦ ମହିଳା ମତଦାତା ଅଛନ୍ତି ଯେଉଁମାନଙ୍କ ବୟସ ୧୧୦ରୁ ୧୧୯ ମଧ୍ୟରେ ରହିଛି । ୪୪ ପୁରୁଷ ଓ ୩୮ ମହିଳାଙ୍କ ବୟସ ୧୨୦ରୁ ଊର୍ଦ୍ଧ୍ୱ ରହିଛି । ଦେଶରେ ଓଭରାଲ ୧୦୦ରୁ ଊର୍ଦ୍ଧ୍ୱ ବୟସର ୨ ଲକ୍ଷ ୧୮ ହଜାର ଭୋଟର ଅଛନ୍ତି । ଏଥର ବୟସ୍କ ନାଗରିକମାନେ ଯେପରି ସୁବିଧାରେ ମତଦାନ କରିପାରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏମାନେ ଚାହିଁଲେ ସ୍ୱତନ୍ତ୍ର ଆପ ମାଧ୍ୟମରେ ଘରେ ବସି ଭୋଟ ଦେଇପାରିବେ ।

Leave A Reply

Your email address will not be published.