Latest Odisha News

BREAKING NEWS

ପୁରୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୫ ବେପାରୀ ଗିରଫ

ପୁରୀ: ଅପରେସନ ବ୍ରାଉନସୁଗରରେ ପୁରୀ ପୋସଲିସକୁ ସଫଳତା । ୨୫ ଲକ୍ଷ ଟଙ୍କାର ଧଳା ଜହର ଜବତ ହୋଇଛି । ଏହି ଘଟଣାରେ ୫ ଜଣ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍ । ଅଭିଯୁକ୍ତଙ୍କ ପାଖରୁ ୨୫୦ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ ।

୫ ବେପାରୀଙ୍କ ପାଖରୁ୧୧ଟି ମୋବାଇଲ ଫୋନ୍, ନଗଦ ୫୦୦୦ ଟଙ୍କା, ଦୁଇଟି ଏଟିଏମ୍ କାର୍ଡ, ଗୋଟିଏ ମଟର ସାଇକେଲ, ଗୋଟିଏ ଚାରିଚକିଆ ଗାଡି ବି ଜବତ କରିଛି ।

ଏମାନେ କେବେଠାରୁ ବ୍ରାଉନସୁଗର କାରବାର ଚଳାଇଛନ୍ତି । ଗ୍ୟାଙ୍ଗରେ ଆଉ କେଉଁମାନେ ସଂପୃକ୍ତ ? କେଉଁଠାରୁ ଆଣୁଥିଲେ ଓ କେଉଁଆଡ଼େ ଚାଲାଉ କରୁଥିଲେ ବ୍ରାଉନସୁଗର ? ଅଧିକ ଖୋଳତାଡ କରୁଛି ପୁରୀ ପୋଲିସ ।

Leave A Reply

Your email address will not be published.