Latest Odisha News

BREAKING NEWS

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ସିଡିଆର ଯାଞ୍ଚ କରୁଛି ପୋଲିସ

ଭୁବନେଶ୍ୱର: ଦୀପାଳି ବାର ଏବଂ ହୋଟେଲରେ ରମାଦେବା କଲେଜର ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ଘଟଣା ଏବେ ରହସ୍ୟ ଘେରରେ ରହିଛି। ଆତ୍ମହତ୍ୟା କି ହତ୍ୟା ସେ ନେଇ ତନାଘନା ଚାଲିଥିବା ବେଳେ ଭୁବନେଶ୍ବର ଡିସିପି ପ୍ରତିକ୍ରିୟା ରଖିଛନ୍ତି। ପୋଲିସ ମାମଲାର ତଦନ୍ତ କରୁଥିବାରୁ ଏବେ ସଂପୃକ୍ତ ବାରକୁ ବନ୍ଦ ରଖାଯାଇଛି।

ଡିସିପି ପ୍ରତୀକ ସିଂହ କହିଛନ୍ତି,  ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କଥା ଜଣାପଡ଼ିବ। ଏବେ ମୃତକଙ୍କ ସିଡିଆର ବା କଲ ଡିଟେଲ୍ସ ରେକର୍ଡ ଆନାଲିସିସ କରାଯାଇଛି। ଦିପାଳୀ ବାର କର୍ମଚାରୀ ଓ ମ୍ୟାନେଜର ସହ ଶୁଭଲକ୍ଷ୍ମୀଙ୍କ ପୁରୁଷ ବନ୍ଧୁ , ସାଙ୍ଗ ସାଥି ପରିବାର ଲୋକଙ୍କୁ ପଚରାଉଚରା କରଯାଇଛି । ସିସିଟିଭି ଫୁଟେଜ ଯାଞ୍ଚ ସାରିଛି।

ସେହିପରି ଭିସେରା ରିପୋର୍ଟକୁ ମଧ୍ୟ ପୋଲିସ ଅପେକ୍ଷା କରିଛି। ଏହି ରିପୋର୍ଟ ହିଁ କହିବ ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ ନିଶା ସେବନ କରିଥିଲେ କି ନାହିଁ। ପୋଲିସ ଏହି ମାମଲାରେ ଶୁଭଲକ୍ଷ୍ମୀଙ୍କ ଦୁଇ ପୁରୁଷ ବନ୍ଧୁଙ୍କୁ ଜେରା କରିସାରିଛି। ପରିବାର ଲୋକେ ଝିଅର ମୃତ୍ୟୁ ପଛରେ ପୁରୁଷ ବନ୍ଧୁ ଦାୟୀ ଏବଂ ତାଙ୍କ ଝିଅକୁ ହତ୍ୟା କରି ରଶିରେ ଟଙ୍ଗାଇ ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି।

Leave A Reply

Your email address will not be published.