Latest Odisha News

BREAKING NEWS

ଗୋଲିଆ ଗୁଳିକାଣ୍ଡ ଘଟଣା: ଏଏସପିଙ୍କ ଉପସ୍ଥିତରେ ପୋଲିସର ଫ୍ଲାଗ ମାର୍ଚ୍ଚ

ବୁଗୁଡା: ଗୋଲିଆ ଗୁଳିକାଣ୍ଡ ଘଟଣାରେ ପୋଲିସର ଫ୍ଲାଗ ମାର୍ଚ୍ଚ । ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗାଁରେ ଏଏସପିଙ୍କ ଉପସ୍ଥିତି ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । ସମ୍ଭାବ୍ୟ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଗତ ୧୪ ତାରିଖ ଦିନ ସନ୍ଧ୍ୟାରେ ଗୋଲିଆ ଗାଁରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ ଦୁଇ ଜଣ ଆହତ ହୋଇଥିଲେ । ସେମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ଆତହଙ୍କ ପରିବାର ଏନେଇ ବୁଗୁଡା ଥାନାରେ ଏତଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । 

ଗଞ୍ଜାମ ପୋଲିସ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ଭଞ୍ଜନଗର ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ପୋଲସରା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ, ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା, ବାଲିପଦର ଓଆଇସି ନିରଞ୍ଜନ ଦାସ ଓ ପୋଲିସ ଫୋର୍ସ ରବିବାର ଦିନ ଗୋଲିଆ ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରିଛନ୍ତ।

Leave A Reply

Your email address will not be published.