Latest Odisha News

BREAKING NEWS

କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ସ୍ଥାନାନ୍ତର ବେଳେ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଆକ୍ରାନ୍ତ ମାନଙ୍କୁ ହସପିଟାଲ ସ୍ଥାନାନ୍ତର ପାଇଁ ଗାଁ କୁ ଆମ୍ବୁଲାନ୍ସ ଯାଇଥିବା ବେଳେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା ।

ସୂଚନା ଅନୁସାରେ ଆଜି ଅନୁଗୁଳ ଜିଲ୍ଲାରୁ ୫୦ ଜଣ କରୋନା ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଅନୁଗୁଳ ବ୍ଲକରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶରଧାପୁର ଗାଁରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ଶରଧାପୁର ଗାଁକୁ ଆକ୍ରାନ୍ତମାନଙ୍କୁ କୋଭିଡ ହସପିଟାଲ ସ୍ଥାନାନ୍ତର ପାଇଁ ଦୁଇଟି ଆମ୍ବୁଲାନ୍ସ ପଠା ଯାଇଥିଲା । ତେବେ ଗାଁରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ପ୍ରତିବାଦ କରି ଗ୍ରାମବାସୀ ଆମ୍ବୁଲାନ୍ସକୁ ଅଟକାଇଥିଲେ । ଆକ୍ରାନ୍ତଙ୍କ ତଥ୍ୟ ଦେଲେ ଯାଇ ସେମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜିଦ କରିବା ସହ ରିପୋର୍ଟ ଦେଖାଇବାକୁ କହିଥିଲେ ଗ୍ରାମବାସୀ ।

ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ହେଲେ ମଧ୍ୟ ଲୋକ ନିଜ ଜିଦରେ ଅଟଳ ରହିଥିଲେ । ଫଳରେ ଖାଲି ଆମ୍ବୁଲାନ୍ସ ଫେରି ଆସିଥିଲା । ପରେ ଅନୁଗୁଳ ବିଡିଓ ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ଲୋକଙ୍କୁ ବୁଝାସୁଝା କରିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.