Latest Odisha News

BREAKING NEWS

ମହିଳା ଟ୍ରାଫିକ୍ କନଷ୍ଟେବଳ ନିଖୋଜ ମାମଲା; ମିଳିଲା ବଡ଼ ସୁରାକ, ପୁରୁଷ ବନ୍ଧୁ ଅଟକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ନିଖୋଜ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ମାମଲାରେ ପୋଲିସକୁ ମିଳିଲା ବଡ଼ ସୁରାକ। ସନ୍ଦେହରେ ପୋଲିସ କମିଶନରଙ୍କ ଅଫିସ୍‌ରେ କାର୍ଯ୍ୟରତ କିରାଣୀ। କିରାଣୀ ଦୀପକ ରାଉତଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରହିଛି। ସାମ୍ନାକୁ ଆସିଲା ଦୀପକ ଶୁଭମିତ୍ରାଙ୍କୁ ଘଟଗାଁ ନେଇ ଯାଇଥିବା ଭିଜୁଆଲ୍।

ଏହି ଭିଜୁଆଲ୍ ଆଧାରରେ ଦୀପକୁ ଅଟକ ରଖିଛି ପୋଲିସ। ଗତ ୬ ତାରିଖରୁ ନିଖୋଜ ଅଛନ୍ତି ମହିଳା କନଷ୍ଟେବଲ୍ ଶୁଭମିତ୍ରା ସାହୁ। କୁହାଯାଉଛି ପୁରୁଣ ବନ୍ଧୁ ଜଣଙ୍କ ପ୍ରେମିକାଙ୍କୁ ହତ୍ୟା କରି କେନ୍ଦୁଝର ଘଟଗାଁର ଏକ ଜଙ୍ଗଲରେ ପୋତି ଦେଇଛି। ଅଭିଯୁକ୍ତ ପୁରୁଷ ବନ୍ଧୁ ଦୀପକ ରାଉତକୁ ଗିରଫ କରିଛି ପୋଲିସ। ଦୀପକ ରାଉତକୁ ନେଇ ଘଟଣାସ୍ଥଳରେ ଖୋଳତାଡ଼ କରିବ ପୋଲିସ।

ଗତ ୬ ତାରିଖରୁ ନିଖୋଜ ଥିଲେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ । କନଷ୍ଟେବଳ ନିଖୋଜ ପରଠୁ ସନ୍ଦେହ ଘେରରେ ଥିଲା ପୁରୁଷ ବନ୍ଧୁ। ପୂର୍ବରୁ ନିଖୋଜ ନେଇ ପୋଷ୍ଟର ଜାରି କରିଥିଲା ପୋଲିସ। କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଥିଲେ ବାପା ଓ ମାଆ। କ୍ୟାପିଟାଲ ଥାନା ପୋଲିସ ଏକ ମିସିଂ କେସ ରୁଜୁ କରି ତନାଘନା ଜାରି ରଖିଥିଲା। ମୃତଦେହର ପରିଚୟ ପାଇଁ ପୋଷ୍ଟର ରିଲିଜ୍ କରି ପରିଚୟ ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

 

Comments are closed.