Latest Odisha News

BREAKING NEWS

ଶାଶୁଘର ଛାଡିବେନି ବର୍ଷା: ଓକିଲ

ଭୁବନେଶ୍ୱର: ବର୍ଷା ଶାଶୁଘର ଛାଡି କୁଆଡେ ଯିବେନି । ଶାଶୁ ଘରେ ରହି ମାମଲା ଲଢ଼ିବେ । ଏନେଇ ସୂଚନା ଦେଇଛନ୍ତି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ । ଘରୋଇ ହିଂସା ଅଭିଯୋଗ ଆଣୁଥିବା ବର୍ଷା କେମିତି ଶାଶୁ ଘରେ ରହୁଛନ୍ତି ବୋଲି ଗତକାଲି ପ୍ରଶ୍ନ ଉଠାଇଥିଲେ ସ୍ୱାମୀ ଅନୁଭବ ମହାନ୍ତି ।

ସେ କହିଥିଲେ, ଯଦି ବର୍ଷା ଘରୋଇ ହିଂସାର ଶିକାର ହୋଇଛନ୍ତି ତେବେ ସେ ଏବେ ବି କିଭଳି ମୋ ଘରେ ରହିଛନ୍ତି।ଏହାର ଜବାବରେ ବର୍ଷାଙ୍କ ଓକିଲ କହିଛନ୍ତି ଅନୁଭବଙ୍କ କଥାରେ ବର୍ଷା ଘର ଛାଡି ପାରିବେ ନାହିଁ । ସେପଟେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବା ପରେ ଆଜିଠାରୁ ତାଙ୍କୁ ପୁଲିସ ସୁରକ୍ଷା ଦିଆଯାଇଛି । ଅନୁଭବଙ୍କ ଘରେ ବର୍ଷାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଜଣେ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଥିଲେ ବର୍ଷା । ଏ ନେଇ ପୁରୀଘାଟ ଥାନାରେ ତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଗତକାଲି ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ଅନୁଭବଙ୍କ ୨ ସହଯୋଗୀ, ବର୍ଷାଙ୍କ ଅନିଚ୍ଛା ସତ୍ୱେ ମୋବାଇଲରେ ଭିଡିଓ ସୁଟ କରିଥିଲେ ।  ବର୍ଷା ଏଥିରେ ଭୟଭୀତ ହୋଇ ପୁଲିସ କଣ୍ଟ୍ରୋଲ ରୁମ୍ ନମ୍ବର ୧୦୦କୁ ଫୋନ୍ କରି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.