Latest Odisha News

BREAKING NEWS

ନିଶା କାରବାର ଅଭିଯୋଗରେ ରାଜଧାନୀର ବିଭିନ୍ନ ଦୋକାନରେ ଚଢ଼ାଉ

ଟଲରାନ୍ସ। ରାଜଧାନୀରେ ବଢୁଥିବା ଅପରାଧ ଏବଂ ଅପରାଧୀଙ୍କ ମୂଳପୋଛ କରିବା ପାଇଁ ଅଣ୍ଟା ଭିଡ଼ିଛି ପୋଲିସ। ନିଶା ମାଫିଆଙ୍କ ଉପରେ ସ୍ପେସାଲ କ୍ରାଇମ ୟୁନିଟ ଓ ଇନଫୋସିଟି ଥାନା ପୋଲିସର ମିଳିତ ଚଡାଉ ହୋଇଛି।

ନିଶା କାରବାର ଅଭିଯୋଗରେ ରାଜଧାନୀର ବିଭିନ୍ନ ଦୋକାନରେ ଚଢ଼ାଉ ହୋଇଛି। ସ୍ପେସାଲ କ୍ରାଇମ ୟୁନିଟ ADCP ଅନୁପ କାନୁନଗୋଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଏହି ରେଡ। ଇନଫୋସିଟି ଥାନା ଅଞ୍ଚଳରେ ଥିବା ବିଭିନ୍ନ ପାନ ଦୋକାନ ଉପରେ ଚାଲିଛି ଚଢାଉ।

ଏବେ ସୁଦ୍ଧା ୮ ଟି ଦୋକାନରେ ସରିଛି ରେଡ। ଚଡାଉ ବେଳେ କିଛି ଗୁଟଖା, ବିଡ଼ି ଓ ଦାମୀ ସିଗାରେଟ ଜବତ ହୋଇଛି। ଏହି ରେଡ ଆଗକୁ ଜାରି ରହିବା ନେଇ ସୂଚନା ଦେଇଛି ସ୍ପେସାଲ କ୍ରାଇମ ୟୁନିଟ।

 

Comments are closed.