ବାଲୁଗାଁ: ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗବପଦର ଶିବ ମନ୍ଦିର ପରିସରରେ ଜୁଆ ଖେଳ ଚାଲିଥିବା ବେଳେ ଖବରପାଇ ଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ । ପୋଲିସକୁ ଦେଖି ୬ ଜଣଙ୍କ ମଧ୍ୟରୁ ୨ ଜଣ ଖସି ପଳାଇଥିବା ବେଳେ ୪ ଜଣଙ୍କୁ ପୋଲିସ କାବୁ କରିଥିଲା ।
ଖୋର୍ଦ୍ଧା ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାସଙ୍କ ନିର୍ଦ୍ଦେଶ ଓ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସଞ୍ଜୟ କୁମାର ପଟ୍ଟନାୟକ ଓ ଥାନାଧିକାରୀଣୀ ଶ୍ରଦ୍ଧା ନାୟକଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଅକ୍ଷୟ ମହାପାତ୍ର (୪୫), ସନ୍ତୋଷ ପଣ୍ଡା (୨୭) ସନ୍ତୋଷ ରାୟଗୁରୁ (୪୭) ଓ ଶ୍ରୀପତି ମହାପାତ୍ର (୩୯) । ଘଟଣାସ୍ଥଳରୁ ପୋଲିସ ୧୦୪ ଟି ତାସ୍ ସହିତ ନଗଦ ୯୦୬୨ ଟଙ୍କା ଜବତ କରିଛି ।
ଅନ୍ୟପଟେ, ଇଞ୍ଜନପୁର କୋଠ ଘରେ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସର୍ବେଶ୍ୱର ଜାଲି (୪୫), ନୀଳମଣି ବେହେରା (୩୮), ଟୁନା ବେହେରା (୩୧), ପବିତ୍ର ଦାସ (୪୭), ରଞ୍ଜନ ବିଷୋଇ (୨୪), ସୀମାଞ୍ଚଳ ସାହୁ (୩୪) ।
ଉକ୍ତ ଜୁଆ ଆଡ୍ଡରେ ୮ ଜଣ ଜୁଆଡ଼ିଙ୍କ ମଧ୍ୟରୁ ୨ ଜଣ ଖସି ପଳାଇଥିବା ବେଳେ ପୋଲିସ ୬ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ସେମାନଙ୍କ ଠାରୁ ୧୦୪ଟି ତାସ୍ ଓ ନଗଦ ୧୦୨୭୪ ଟଙ୍କା ଜବତ ହୋଇଛି ।
