Latest Odisha News

BREAKING NEWS

Dayal Gangwar Suspend:ବରିଷ୍ଠ IPS ଦୟାଲ ଗଙ୍ଗୱାର ସସ୍‌ପେଣ୍ଡ;ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ

ଭୁବନେଶ୍ବର: ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାର ହେଲେ ସସ୍‌ପେଣ୍ଡ । ସୌମ୍ୟ ହତ୍ୟା ଘଟଣା ପରେ ବିବାଦରେ ଥିବା ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାରଙ୍କୁ ନିଲମ୍ବନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସୌମ୍ୟଙ୍କ ବାପା ଓ ମାଆ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ସହ ମାମଲାରେ ଗଙ୍ଗୱାରଙ୍କ ସଂପୃକ୍ତି ନେଇ ଅଭିଯୋଗ କରିଥିଲେ। ତେବେ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଗଙ୍ଗୱାରଙ୍କ ସଂପୃକ୍ତିକୁ ନେଇ ମୃତ ସୌମ୍ୟଙ୍କ ମାଆ ଅଭିଯୋଗ କରିବା ପରେ ରାଜ୍ୟ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି।

ସୂଚନା ଅନୁସାରେ, ମେ ୭ ତାରିଖରେ ବାଲିଅନ୍ତାରେ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନଙ୍କୁ ପିଟି ପିଟି ହତ୍ୟା କରିଥିଲେ ଉତ୍ୟକ୍ତ ଲୋକେ । ଏହି ମାମଲାରେ ପୋଲିସ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିସାରିଛି । ହେଲେ ଏହି ଘଟଣାରେ ସବୁଠୁ ଅଧିକ ବିବାଦୀୟ ହୋଇପଡିଥିଲେ ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗଓ୍ୱାର । ଏହି ବରିଷ୍ଠ ଆଇପିଏସଙ୍କ ନାଁରେ ପରିବାର ପକ୍ଷରୁ ଆଣିଥିଲେ ସଙ୍ଗୀନ ଅଭିଯୋଗ ।

Leave A Reply

Your email address will not be published.