Latest Odisha News

BREAKING NEWS

ବେଆଇନ ବନ୍ଧୁକ ଚାଲାଣ ଉପରେ ଚଢାଉ, ତିନି ବନ୍ଧୁକ ସହ ତିନି ଅଭିଯୁକ୍ତ ଗିରଫ

ବାରିପଦା: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମୟୂରଭଞ୍ଜ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ବଡସାହି ଥାନା ଅନ୍ତର୍ଗତ ଯଦୁନାଥପୁର ଗ୍ରାମର ଯଦୁନାଥ ହାଁସଦାଙ୍କ ଘରେ ଚଢାଉ କରିଥିଲା। ଚଢ଼ଉ ବେଳେ ଏହି ଟିମ୍ ଲାଇସେନ୍ସ ନଥିବା ଦୁଇଟି ଦେଶୀ ବନ୍ଧୁକ ଠାବ କରିବା ସହ ହାଁସଦାଙ୍କୁ ଗିରଫ କରିଥିଲା। ସେ ଏହି ବନ୍ଧୁକକୁ ଶିକାର ପାଇଁ ବ୍ୟବହାର କରୁଥିବା ପୁଲିସ ଆଗରେ ସ୍ୱୀକାର କରିଛି। ହାଁସଦାଙ୍କ ସୂଚନା ଆଧାରରେ ଟିମ୍ ତାଙ୍କୁ ସହଯୋଗ କରିଥିବା ଅନ୍ୟ ଦୁଇ ଶିକାରୀ ଠାକୁର ସିଂହ ଓ ମଧୁ ସିଂହଙ୍କୁ ଗିରଫ କରିଥିଲା।

ଅନ୍ୟ ଏକ ଚଢାଉ ବେଳେ ଏହି ଟିମ୍ ଉଦଳା ଥାନା ଅନ୍ତର୍ଗତ କାସିକୁଣ୍ଡଳି ଗ୍ରାମରୁ ଅନ୍ୟ ଏକ ଦେଶୀ ବନ୍ଧୁକ ଜବତ କରିଥିଲେ ମଧ୍ୟ ଏ ନେଇ କାହାରିକୁ ଗିରଫ କରାଯାଇ ନାହିଁ।

ମୟୂରଭଞ୍ଜ ଏସପି ବାତୁଲା ଗଙ୍ଗାଧର କହିଛନ୍ତି, ଶିକାରୀମାନେ ବ୍ୟବହାର କରୁଥିବା ବେଆଇନ ଅସ୍ତ୍ରଶସ୍ତ୍ରକୁ ଠାବ କରି ସେମାନଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ନିକଟରେ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଶିକାରୀମାନେ ଜଣେ ଫରେଷ୍ଟ ଗାର୍ଡଙ୍କୁ ହତ୍ୟା କରିଥିବା ଅଭିଯୋଗ ହେବା ପରେ ଏହି ପଦକ୍ଷେପ ନିଆଯାଇଛି।  ବେଆଇନ ବନ୍ଧୁକ କାରବାର ଓ ଚୋରା ବନ୍ଧୁକ କାରବାର ବିରୋଧରେ ପୋଲିସର ଏହା କଡା ଆଭିମୁଖ୍ୟ ।

ଏସପି ଆହୁରି ମଧ୍ୟ କହିଛନ୍ତି ଯେ, ଜୁଲାଇ ୩ ତାରିଖରେ ଜିଲ୍ଲାରେ ବେଆଇନ ବନ୍ଧୁକ ତିଆରି କରୁଥିବା ଏକ ୟୁନିଟକୁ ଠାବ କରିବା ସହ ଗୋଟିଏ ଘରୁ ଗୋଟିଏ ବ୍ୟାରେଲ ବନ୍ଧୁକ, ୪ଟି ବ୍ୟାରେଲ, ୨ଟି ବ୍ୟାରେଲ ସକେଟ ଓ ଗୋଟିଏ ଓ୍ବେଲ୍ଡିଂ ମେସିନ ଜବତ କରିଛି ପୋଲିସ। ଏହି ୟୁନିଟ୍ ଚଳାଉଥିବା ମହୁଲିଡିହା ଥାନା ବେଜିଡିହା ଗ୍ରାମର ଜିତୁ ଲୋହାରଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.